ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନଥିଲା। ବିବାହ ଲାଗି ତାରିଖ ଓ ଲଗ୍ନ ସ୍ଥିର ସରିଥିଲା। ବିବାହ ପୁଣି ପରିବାରର ସହମତିରେ ହୋଇଥାଆନ୍ତା। ସାମାଜିକ ରୀତିନୀତି ସହ। ନା ବିବାହକୁ କାହାର ବିରୋଧ ଥିଲା ନା କୌଣସି ପ୍ରତିବନ୍ଧକ ଥିଲା। ମେ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହୋଇଥାଆନ୍ତେ ବର କନ୍ୟା। କିନ୍ତୁ ଏତେ ଦିନ ଆଉ ଅପେକ୍ଷା କରିବା ଅସହ୍ୟ ହୋଇପଡ଼ିଥିଲା ଯେମିତି ଉଭୟଙ୍କୁ। ସେଥିଲାଗି ଘରୁ ଫେରାର୍ ହୋଇଗଲେ। ଆଉ ମନ୍ଦିରରେ ବିବାହ କରି କନ୍ୟାକୁ ଧରି ଘରେ ପହଞ୍ଚିଥିଲା ବର। ଘର ଲୋକେ ବି ଗ୍ରହଣ କରିବା ଛଡ଼ା ଚାରା ନଥିଲା। କାରଣ ଏମିତିରେ ବି ଏ ବିବାହକୁ ନେଇ କୌଣସି ଆପତ୍ତି ନଥିଲା ଉଭୟ ପରିବାରରେ। ବିହାରର ଜମୁଇ ଜିଲ୍ଲାରୁ ଏ ଦମ୍ପତ୍ତିଙ୍କ ବିବାହ ନେଇ ସବୁଠି ଚର୍ଚ୍ଚା। ଅଜିତ ଓ ଅଞ୍ଜଳି ଅଚାନକ ଏ ନିଷ୍ପତ୍ତି ନେଇଥିବାରୁ ସମସ୍ତେ କେବଳ ତାଜୁବ୍ ହୋଇଯାଇଥିଲେ। ଆଉ ଲୋକେ ତ ଚର୍ଚ୍ଚା କରୁଥିଲେ, ଶୁଭସ୍ୟ ଶୀଘ୍ରମ ଫର୍ମାଟରେ ଏ ଦମ୍ପତ୍ତି ଆଉ ଏକୁଟିଆ ରହିବା ଅସମ୍ଭବ ମଣିଲେ ବୋଧେ। ସେଥିଲାଗି ବିବାହ ବାଟ ଫିଟିଛି ମାନେ ଯେତେ ଜଲଦି ଏ କାମ ତୁଟାଇଦେଲେ ଭଲ। ଏମିତିରେ ଜୀବନସାଥୀ ମେ ୯ରେ ହୋଇଥାଆନ୍ତେ। କିନ୍ତୁ ତା ଆଗରୁ ବିବାହ କରିନେଇ ସାମାଜିକ ସ୍ୱୀକୃତି ସହ ପାରମ୍ପରିକ ରୀତିନୀତି କାମକୁ ବି କାଣ୍ଟଛାଣ୍ଟରେ ସାରିଦେଇଛନ୍ତି ଉଭୟ।

Naxatra News is now on Whatsapp
Join and get latest news update delivered to you via whatsapp
Join Now