ମୋ ଉପରକୁ ଅଙ୍ଗୁଳି ଉଠାଇଲେ ମୋ ମାଆ ଫାଡ଼ିଦେବ

ମୋ ଉପରକୁ ଅଙ୍ଗୁଳି ଉଠାଇଲେ ମୋ ମା ମଝିରୁ ଫାଡ଼ିଦେବ। ବିଜେପି ବିଧାୟିକା କେତକୀ ସିଂଙ୍କ ନାବାଳିକା ଝିଅ ବିଭାଓ୍ୱରି ସିଂଙ୍କ ଏଭଳି ବୟାନ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି। ଲକ୍ଷ୍ନୌରେ ସପା ମହିଳା ମୋର୍ଚ୍ଚାଙ୍କ ଉଦେଶ୍ୟରେ ଏମିତି କହିଛନ୍ତି ବିଭାଓ୍ୱରୀ। ଆଜି ସପା ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ନେହା ଯାଦବଙ୍କ ନେତୃତ୍ୱରେ ବିଧାୟକଙ୍କ ଘରେ ନଳ ନେଇ ପହଞ୍ଚିଥିଲେ। ସରକାର ବିରୁଦ୍ଧରେ ନାରାବାଜି କରି ପ୍ରତୀକାତ୍ମକ ପ୍ରଦର୍ଶନ କରିଥିଲେ। ଆଉ ଏତିକିବେଳେ ବିଭାଓ୍ୱରୀ କହିଛନ୍ତି, ତାଙ୍କ ମାଆ ଏଠାରେ ନାହାନ୍ତି। ଏମାନଙ୍କୁ ଲାଗୁଛି ୧୬ ବର୍ଷର ଝିଅକୁ ଡରାଇଦେବେ। ଯଦି କେହି ବି ତାଙ୍କ ଉପରକୁ ଆଙ୍ଗୁଳି ଉଠାନ୍ତି, ତାହେଲେ ତାଙ୍କ ମା ମଝିରୁ ଫାଡ଼ିଦେବେ। ଆନ୍ଦୋଳନ ବେଳେ ପରିସ୍ଥିତି ବିଗିଡ଼ିବା ଦେଖି ମହିଳା ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ବିଭାଓ୍ୱରୀଙ୍କ ଏଭଳି ବୟାନକୁ ନେଇ ନେବା ଯାଦବ କହିଛନ୍ତି, କ୍ଷମତାର ନିଶାରେ ଚୁର୍ ବିଜେପି ପରିବାରର ଭାଷା ଏହା ହିଁ ସୂଚାଉଛି। ଲୋକତାନ୍ତ୍ରିକ ଭାବରେ ବିରୋଧକୁ ଏଭଳି ଧମକ ଦେଇ ଚପାଇବାକୁ ଉଦ୍ୟମ ହେଉଛି। କେତକୀ ସିଂ କହିଛନ୍ତି, ଆନ୍ଦୋଳନକାରୀ ତାଙ୍କ ନାଁ ନେଇ ଗାଳିଗୁଲଜ କରିଥିଲେ। ତାଙ୍କ ଝିଅ ଆଜି ସ୍କୁଲ ଯାଇପାରିଲାନି। ଆନ୍ଦୋଳନକାରୀଙ୍କୁ ବିଧାୟକ ଭାବେ ସେ କ୍ଷମା କରିଦେଇପାରନ୍ତି। କିନ୍ତୁ ଜଣେ ମା କଦାପି ନୁହେଁ। ବଲିଆର ବାଂଶଡିହ ବିଧାନସଭାରୁ ବିଜେପିର ଫାୟାରବ୍ରାଣ୍ଡ୍ ବିଧାୟିକା କେତକୀ ସିଂ ସପା ଦଳ ଓ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କୁ କଡ଼ା କଟାକ୍ଷ କରିଥିଲେ। ଅଯୋଧ୍ୟାକୁ ବସ୍ ସେବା ନେଇ ଅଖିଳେଶ ଅଙ୍ଗୁଳି ଉଠାଇଥିବାରୁ ଜବାବରେ କେତକୀ କହିଥିଲେ, ଯେବେ ଅଖିଳେଶ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଥିଲେ। ସେତେବେଳେ ସରକାରୀ ଟ୍ୟାପ୍ କୁଆଡ଼େ ଗଲା। ଆଗ ତାହାର ହିସାବ ଦିଅନ୍ତୁ। ତା ପରେ ତାକୁ ଚାଲୁ କରାଦିଆଯିବ। ସପା ସରକାର ସ୍କୁଲରେ ଗାଇ ଓ ମଇଁଷୀଙ୍କୁ ପଢ଼ାଉଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *