ପାଟନାର ପ୍ରସିଦ୍ଧ ଶିକ୍ଷକ ଏବଂ ୟୁଟ୍ୟୁବର ଖାନ୍ ସାର ବିବାହ କରିନେଲେ। ଦେଶର ମୋଷ୍ଟ ଇଲିଜିବୁଲ ବ୍ୟାଚେଲର କାହାକୁ କିଛି ନ କହି ଚୁପଚାପ ବିବାହ ବନ୍ଧନରେ ବାନ୍ଧିହୋଇଗଲେ। ତେବେ ବିବାହ କରିଥିବା କଥା ଲାଇଭ କ୍ଲାସରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ ଖାନ୍ ସାର। ସେ କହିଲେ, ଯେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚାଲିଥିବା ବେଳେ, ବିଶେଷକରି ପହଲଗାମ, କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ସେ ବିବାହ କରିଥିଲେ। ଆଉ ଏହା ଶୁଣି ସମସ୍ତେ ତାଜୁବ୍ ହୋଇଗଲେ। ଜଣେ ଶିକ୍ଷକ ଭାବରେ ସେ ସମୟରେ ଦେଶର ଅବସ୍ଥା ଏତେ ଗମ୍ଭୀର ଥିଲା ଯେ ବ୍ୟକ୍ତିଗତ ଖୁସି ପାଇଁ ଉତ୍ସବ ପାଳନ କରିବା ତାଙ୍କୁ ଅନୁଚିତ ଲାଗିଥିଲା। ତେଣୁ ସେ ଏହି ବିବାହକୁ ବ୍ୟକ୍ତିଗତ ଭାବରେ ରଖିଥିଲେ। ଖାନ୍ ସାର୍ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଯଦିଓ ବିଶେଷ କିଛି ଖୁଲାସା କରିନାହାନ୍ତି, ତେବେ ରିପୋର୍ଟ ଅନୁସାରେ ସେ ଜଣେ ଡାକ୍ତର ଯିଏ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। କୋଭିଡ୍ ପାଇଁ ଏହି ବିବାହ ପୂର୍ବରୁ ବିଳମ୍ବ ହୋଇଥିଲା ବୋଲି ସୂଚନା ମିଳିଛି। ଏହି ବିବାହ ପରେ ଏବେ ପ୍ରସ୍ତୁତି ଚାଲିଛି ପାଟନାରେ ଆସନ୍ତା ଜୁନ ୨ ତାରିଖରେ ହେବାକୁ ଯାଉଥିବା ବିବାହ ସମ୍ମିଳନୀ ପାଇଁ। ତା’ପରେ ତାଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ ୬ ତାରିଖରେ ଏକ ବିଶେଷ ଆତିଥ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଖାନ୍ ସାରଙ୍କ ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଦେଇଥିଲେ ସୁଦ୍ଧା ନେଟିଜେନମାନେ ପ୍ରତିକ୍ରିୟା ଦେଉଛନ୍ତି। ତାଙ୍କ ନିଜସ୍ୱ ଧାରାରେ ଦେଶପ୍ରେମ ଓ ଦାୟିତ୍ୱବୋଧ ଦେଖାଯାଇଥିବା ଏହି ପଦକ୍ଷେପ ଅନେକଙ୍କ ହୃଦୟରେ ସ୍ଥାନ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now