ବିମାନକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦଣ୍ଡ

ସେବା ଦେବାରେ ଅବହେଳା, ବିନା କାରଣରେ ଅଲଗା ରୁଟ୍ ନିର୍ଧାରଣ କରିବା ଓ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ଦେଇନଥିବାରୁ ମହଙ୍ଗା ପଡ଼ିଛି କୁଏତ ଏୟାରଓ୍ୱେଜକୁ। ମାଲାପୁରମ ଜିଲ୍ଲା କଞ୍ଜୁମର କମିଶନ କୁଏତ ଏୟାରଓ୍ୱେଜକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗକାରୀ କୋଚିନରୁ ବାର୍ସେଲୋନା ଯିବାକୁ ଏକ ଟ୍ରାଭେଲ ଏଜେନ୍ସି ଜରିଆରେ ଟିକେଟ ବୁକ୍ କରିଥିଲେ। କୁଏଟ ଏୟାରପୋର୍ଟରେ ଷ୍ଟପଓଭର ଥିଲା। ଘଟଣା ନଭେମ୍ୱର ୩୦, ୨୦୨୩ର। ସମାନ ଏୟାରଲାଇନରେ ରିଟର୍ଣ୍ଣ ଟିକଟ ବି କାଟିଥିଲେ। ଡିସେମ୍ୱର ୧୦ରେ ଅପରାହ୍ନ ୨ଟା ୫ ମିନିଟରେ ମାଦ୍ରିଦରୁ ଏହା କଟାଯାଇଥିଲା। କୋଚିନ ଏୟାରପୋର୍ଟ ଭାୟା କୁଏତ ଏୟାରପୋର୍ଟ ଥିଲା। କିନ୍ତୁ କୁଏତ ଏୟାରପୋର୍ଟରେ ନ ରହି ବିମାନଟି ଦୋହା ଏୟାରପୋର୍ଟରେ ଲ୍ଯାଣ୍ଡିଂ କରିଥିଲା। ଖରାପ ପାଗର କାରଣ ଦର୍ଶାଇଥିଲେ ବିମାନ କର୍ତ୍ତୃପକ୍ଷ। କିନ୍ତୁ ଦୋହା ବିମାନବନ୍ଦରରେ ଅହେତୁକ ବିଳମ୍ୱ କାହିଁକି ହେଲା ବୋଲି ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ କର୍ତ୍ତୃପକ୍ଷ। ବିଜନେସ କ୍ଲାସରେ ଟିକଟ କାଟିଥିଲେ ସୁଦ୍ଧା ନା ତାଙ୍କୁ ଖାଇବା ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଥିଲା। ଏପରିକି ବିଜନେସ କ୍ଲାସକୁ ବି ଛଡ଼ା ଯାଇନଥିଲା। ଦୋହା ବିମାନବନ୍ଦରରେ ପ୍ରାୟ ୧୨ ଘଣ୍ଟା ରହିବା ପରେ ବିମାନ ଶେଷରେ କୁଏତ ଏୟାରପୋର୍ଟରେ ପହଞ୍ଚିଥିଲା। ଟିକଟ ପାଇଁ ୪ଲକ୍ଷ ୮୧ହଜାର୯୬୦ ଟଙ୍କା ଓ ଖାଦ୍ୟ ସହ ଅନ୍ୟାନ୍ୟ ସର୍ଭିସ ବାବଦକୁ ୨୫ହଜାର ପୈଠ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *