୩ ବର୍ଷର ଝିଅ ସହ ନିଜକୁ ଜାଳିଦେଲେ ଶିକ୍ଷୟତ୍ରୀ

୩ ବର୍ଷର ଝିଅ ସହ ଆତ୍ମହତ୍ୟା କଲେ ଶିକ୍ଷୟତ୍ରୀ। ରାଜସ୍ଥାନର ଜୋଧପୁରର ଡାଙ୍ଗିଆବାସ କ୍ଷେତ୍ରରେ ୩୨ ବର୍ଷୀୟା ଶିକ୍ଷୟତ୍ରୀ ସଞ୍ଜୁ ନିଜର ୩ ବର୍ଷର ଝିଅକୁ ଧରି ଆତ୍ମହତ୍ୟା କରିଦେଲେ। ଶୁକ୍ରବାର ଘରକୁ ଫେରିଥିଲେ ସଞ୍ଜୁ। ଆଉ ନିଜ ଦେହରେ ପେଟ୍ରୋଲ ଢାଳି ଚୌକିରେ ବସି ନିଜ ଝିଅ ସହ ଦେହରେ ନିଆଁ ଲଗାଇଦେଇଥିଲେ। କୁନି ଝିଅଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୁଙ୍କ ମୃତ୍ୟୁ ହୋଇଛି। ସଞ୍ଜୁଙ୍କ ପରିବାର ଅଭିଯୋଗ ହେଉଛି ଯେ, ମରିବା ପୂର୍ବରୁ ନିଜ ସ୍ୱାମୀ, ଶ୍ୱଶୁର ଘର ଓ ନଣନ୍ଦଙ୍କ ନାଁ ନେଇଥିଲେ କୁଆଡ଼େ ସଞ୍ଜୁ। ଯେଉଁମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଆଉ ସଞ୍ଜୁଙ୍କ ଚରିତ୍ରକୁ ନେଇ ଆକ୍ଷେପ ଲଦୁଥିଲେ। ଶ୍ୱଶୁର ଘର ସଞ୍ଜୁଙ୍କୁ ଗାଁରେ ରହିବାକୁ ଚାପ ପକାଉଥିଲେ। ଆତ୍ମହତ୍ୟାର ସୁଇସାଇଡ୍ ନୋଟ୍ ପୁଲିସ ସ୍କୁଲର ଭୂଗୋଳ ଲ୍ୟାବରୁ ଜବତ କରିଛି। କିନ୍ତୁ ପୁଲିସର କହିବା କଥା, ଶରୀର ଏତେମାତ୍ରାରେ ପୋଡ଼ିଯାଇଥିଲା ଯେ, ସେ ବୟାନ ଦେବାକୁ ସକ୍ଷମ ନଥିଲେ ବୋଲି ଡାକ୍ତର ପୁଷ୍ଟି କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *