ଓ୍ୱାକଫ ଆଇନ ବିରୁଦ୍ଧରେ କାଲି ସ୍ୱିଚ୍‌ ଅଫ କ୍ୟାମ୍ପେନ୍

ଓ୍ୱାକଫ୍ ସଂଶୋଧିତ ଆଇନ ବିରୁଦ୍ଧରେ ଏପ୍ରିଲ ୩୦ରେ ସ୍ୱିଚ ଅଫ୍ ଲାଇଟ୍ କ୍ୟାମ୍ପେନ କରିବେ ଅସାଦୁଦ୍ଦିନ ଓଓ୍ୱେସି। ବୁଧବାର ରାତି ୯ଟାରେ ୧୫ ମିନିଟ୍ ପାଇଁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ଲାଇଟକୁ ସ୍ୱିଚଅପ୍ କରି ତାଙ୍କର ଏହି ଅଭିଯାନକୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି ଓଓ୍ୱେସି। ଅଲ୍‌ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡର ଡାକରା ଅନୁସାରେ ଏଭଳି ପ୍ରତୀକାତ୍ମକ ଆନ୍ଦୋଳନ ହେବ। ଏହି ଆକ୍ଟ ବିରୁଦ୍ଧରେ ୧୫ ମିନିଟ୍ ପାଇଁ ସ୍ୱିଚଅଫ୍ କରି ମୁସଲିମଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଦିଆଯିବନି ବୋଲି ମୋଦିଙ୍କୁ ବାର୍ତ୍ତା ଦିଆଯିବ ବୋଲି କହିଛନ୍ତି ଓଓ୍ୱେସି। ଓ୍ୱାକଫ ସଂଶୋଧିତ ଆଇନ କଳା ଆଇନ ଅଟେ। କେନ୍ଦ୍ର ବାରମ୍ୱାର କହିସାରିଛି, ଏହି ସଂଶୋଧିତ ଆଇନ କେବଳ ଓ୍ୱାକଫ ସମ୍ପତ୍ତିର ପରିଚାଳନାରେ ସ୍ୱଛତା, ପାରଦର୍ଶିତା ଉଦ୍ଦେଶ୍ୟର ହୋଇଛି। କୌଣସି ଧାର୍ମିକ ସ୍ୱତନ୍ତ୍ରତା ଉପରେ ଏହା ବିଲକୁଲ ଦଖଲ ଦିଏନା। ଏମିତିରେ ଏହି ଆଇନକୁ ସୁପ୍ରିମକୋର୍ଟରେ ଅନେକ ବ୍ୟକ୍ତି ଓ ସଂଗଠନ ଚ୍ୟାଲେଞ୍ଜ କରିଛନ୍ତି। ଏମାନଙ୍କ ଭିତରେ ଅସାଦୁଦ୍ଦିନ ଅନ୍ୟତମ ଅଟନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *