ମୋତେ ଛୁଇଁଲେ, ପୁରା ଦେଶକୁ ହଲାଇଦେବି। ଏସଆଇଆର ବିରୁଦ୍ଧରେ ମମତା ବାନାର୍ଜୀ ପ୍ରତିବାଦ ରାଲି ବେଳେ ବିଜେପି ସହ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ଜନସଭାକୁ ସମ୍ୱୋଧିତ ବେଳେ ଏସଆଇଆରକୁ ଅରାଜକ ଓ ଧମକପୂର୍ଣ୍ଣ ବୋଲି କହିଛନ୍ତି ଦିଦି। ଯଦି ବିଜେପି ପଶ୍ଚିମବଙ୍ଗରେ ତାଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତାହେଲେ ସେ ପୁରା ଦେଶରେ ବିଜେପିର ଚେରକୁ ହଲାଇଦେବେ। ଚନ୍ଦପାରାରୁ ଉତ୍ତର-୨୪ ପ୍ରଗଣା ଜିଲ୍ଲାର ଠାକୁରନଗର ଯାଏ ଏସଆଇଆର ବିରୁଦ୍ଧରେ ପ୍ରତିବାଦ ମାର୍ଚ୍ଚ ବାହାର କରିଥିଲେ। ପ୍ରାୟ ୩ କିଲୋମିଟରକ ପଦଯାତ୍ରାର ନେତୃତ୍ୱ ନେଇଥିଲେ ମମତା ବାନାର୍ଜୀ। ରାଲିରେ ଦିଦି କହିଛନ୍ତି, ବିଜେପି ରାଜନୀତିକ ରୂପରେ ତାଙ୍କର ମୁକାବିଲା କରିପାରିବେନି। ନା ତାଙ୍କୁ ହରାଇପାରିବ। ନିର୍ବାଚନ କମିଶନ ଏବେ ନିରପେକ୍ଷ ସଂସ୍ଥା ଆଉ ହୋଇ ରହିନି। ଏହା ବିଜେପିର କମିଶନ ହୋଇଯାଇଛି। ବିଜେପି ଶାସିତ ରାଜ୍ୟରେ ଏସଆଇଆର କରି ସେଠାରେ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ସ୍ୱୀକାର କରୁଛି କି। ଏସଆଇଆର ପରେ ଯେବେ ଭୋଟର ତାଲିକାର ଡ୍ରାଫ୍ଟ ଆସିବ, ସେବେ ଲୋକଙ୍କୁ ଜଣାପଡ଼ିବ, ନିର୍ବାଚନ ଆୟୋଗ ଓ ବିଜେପି ମିଳିତ ଭାବେ କେତେ ବଡ଼ ବିପଦ ସୃଷ୍ଟି କରିଛନ୍ତି। ଯଦି ଏସଆଇଆର ଦୁଇ ୩ ବର୍ଷ ଅନ୍ତରରେ କରାଯାଏ, ତାହେଲେ ଯଥାସମ୍ଭବ ସମସ୍ତ ସଂଶାଧନ ଦେଇ ଏହାକୁ ସମର୍ଥନ କରାଯିବ। ବିହାର ନିର୍ବାଚନ ପରିଣାମ ଏସଆଇଆରର ପ୍ରତିଫଳନ। ବିହାରରେ ବିରୋଧୀ ବିଜେପିର ଚାଲକୁ ବୁଝିପାରିଲେନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now