କାରରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର- କରଜରେ ବୁଡ଼ି ଆତ୍ମହତ୍ୟା

ହରିଆଣା ପଞ୍ଚକୁଲାର ସେକ୍ଟର ୨୭ ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଡେରାଡୁନ ରୁ ଆସିଥିବା ଏକ ପରିବାର ର ୭ ଜଣଙ୍କ ମୃତଦେହ ଗୋଟିଏ ଗାଡି ଭିତରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି, ଯାହା ପଛରେ ଆର୍ଥିକ ସମସ୍ୟା କାରଣ ଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଗୋଟିଏ ଗାଡ଼ିକୁ ଅନେକ ସମୟ ଧରି ଛିଡା ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଦେଖିଥିଲା ଯେ, ଗାଡ଼ି ଭିତରେ ୪ ଜଣ ବୟସ୍କ ଓ ୩ଜଣ ଶିଶୁଙ୍କ ମୃତଦେହ ଅଛି। ମୃତକମାନେ ଏକ ପରିବାରର ସଦସ୍ୟ ଥିଲେ ଓ ସେମାନେ ଡେରାଡୁନ ରୁ ଆସିଥିଲେ। ବାଗେଶ୍ୱର ଧାମରେ ହନୁମନ୍ତ କଥାରେ ସାମିଲ ହେବାକୁ ପଞ୍ଚକୁଲା ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ଡେରାଡୁନ ଫେରିବା ବେଳେ ସାମୂହିକ ଆତ୍ମହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ପିତା ମାତା, ସେମାନଙ୍କ ଶିଶୁ ଓ କିଛି ନିକଟଆତ୍ମୀୟ ଅଛନ୍ତି। ମୃତକଙ୍କ ପରିଚୟ ମିଳିଛି। ୪୨ ବର୍ଷୀୟ ପ୍ରବୀଣ ମିତ୍ତଲ, ତାଙ୍କ ପିତା ମାତା, ପ୍ରବୀଣଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ। ଘଟଣାସ୍ଥଳରୁ ପୁଲିସ ସୁଇସାଇଡ୍ ନୋଟ ଜବତ କରିଛି। ଗାଡି ମଧ୍ୟରୁ ମିଳିଥିବା ଦଲିଲ ଓ ପରିବାରର ଆତ୍ମୀୟଙ୍କ ସୂଚନା ଅନୁଯାୟୀ, ପରିବାର ଆର୍ଥିକ ଅସୁବିଧାରୁ ଏଭଳି ଚରମ ନିଷ୍ପତ୍ତି ନେଇଗଲେ ପୁରା ପରିବାର। ପଞ୍ଚକୁଲା ଡିସିପି ହିମାଦ୍ରୀ କୌଶିକଙ୍କ କହିବା ଥିଲା, ୬ ଜଣଙ୍କୁ ଓଜସ ହସ୍ପିଟାଲେ ଅଣାଯାଇଥିଲା। କିନ୍ତୁ ସେମାନେ ହସ୍ପିଟାଲରେ ପହଞ୍ଚିବା ଆଗରୁ ମରିସାରିଥିଲେ। ଆଉ ଜଣଙ୍କୁ ସିଭିଲ ହସ୍ପିଟାଲ ଅଣାଯାଇଥିଲା। ତାଙ୍କୁ ବି ମୃତ ଘୋଷିତ କରିଦେଇଛନ୍ତି ଡାକ୍ତର। ସମସ୍ତଙ୍କ ଶବ ପଞ୍ଚକୁଲା ହସ୍ପିଟାଲର ଶବ ଗୃହରେ ରଖାଯାଇଛି। ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି। ସୋମବାର ରାତି ପ୍ରାୟ ୧୧ଟାରେ ସମସ୍ତଙ୍କ ଶବ ଜବତ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *