ସାତାରା ଯିବା ବେଳେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ହେଲିକେପ୍ଟରରେ ଯାନ୍ତ୍ରିକ ତ୍ରୁଟି, ତତ୍କାଳ ଅବତରଣ

Spread the love

ମୁମ୍ବାଇ : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକେପ୍ଟରରେ ଶନିବାର ସକାଳେ ଯାନ୍ତ୍ରିକ ତୃଟି ଦେଖାଦେବା ଯୋଗୁଁ ଏହାକୁ ମୁମ୍ବାଇ ସ୍ଥିତ ରାଜଭବନ ହେଲିପ୍ୟାଡରେ ତତ୍କାଳ ଅବତରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ ସାତାରା ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତୃଟୀ ଦେଖାଦେଇଥିଲା । ରାଜଭବନ ହେଲିପ୍ୟାଡରୁ ଉଡାଣ ଭରିବା ପରେ ହେଲିକେପ୍ଟରରେ ଯାନ୍ତ୍ରିକ ତୃଟୀ ଦେଖାଦେଇଥିଲା । ତେଣୁ ହେଲିକେପ୍ଟରଟିକୁ ରାଜଭବନ ହେଲିପ୍ୟାଡରେ ତତ୍କାଳ ଅବତରଣ କରାଯାଇଛି । ସିନ୍ଦେଙ୍କ ସହିତ ଏହି ହେଲିକେପ୍ଟରରେ ଉଦ୍ୟୋଗ ମନ୍ତ୍ରୀ ଉଦୟ ସାମନ୍ତ ଏବଂ ମନ୍ତ୍ରୀ ସନ୍ଦିପନ ଭୁମରେ ସାତାରା ଯାଉଥିଲେ । ହେଲିକେପ୍ଟରଟିର ଏସି ସିଷ୍ଟମ୍ ଖରାପ ହୋଇଯାଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *