ଓ୍ୱାକଫ ସଂଶୋଧ ଆଇନକୁ ବିରୋଧ କରୁଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କଂଗ୍ରେସ ଦଳ ଭୋଟ ବ୍ୟାଙ୍କର ଭାଇରସକୁ ବିସ୍ତାର କରୁଥିବାର ଆରୋପ ଲଦିଛନ୍ତି ମୋଦି। ତା ସହ ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟକୁ ବି ସେକେଣ୍ଡ କ୍ଲାସ୍ ସିଟିଜେନ୍ ଭାବେ ବିରୋଧୀ ଦେଖନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସ ସମ୍ୱିଧାନର ଧ୍ୱଂସକର୍ତ୍ତା। ଡକ୍ଟର ଆମ୍ୱେଦକର ସମାନତା ଆଣିବାକୁ ପ୍ରୟାସ କରୁଥିଲେ। କିନ୍ତୁ କଂଗ୍ରେସ ଭୋଟବ୍ୟାଙ୍କ ପଲିଟିକ୍ସ ପାଇଁ ଭାଇରସକୁ ବିସ୍ତାର କରୁଛି। ବାବା ସାହେବ ଚାହୁଁଥିଲେ ସମସ୍ତ ଗରିବ, ପଛୁଆ ବର୍ଗ ମର୍ଯାଦା ସହ ନିଜ ମୁଣ୍ଡ ଉପରକୁ କରି ବଞ୍ଚନ୍ତୁ। ନିଜର ସ୍ୱପ୍ନକୁ ସାକାର କରନ୍ତୁ। କିନ୍ତୁ କଂଗ୍ରେସ ଅମଳରେ ଏସସି, ଏସଟି, ଓବିସିଙ୍କ ଲାଗି ତ ବ୍ୟାଙ୍କ ଦୁଆର ବନ୍ଦ ହୋଇଗଲା। ଏହି ବର୍ଗଙ୍କୁ ଋଣ ମିଳିବା ସ୍ୱପ୍ନ ହୋଇଯାଇଥିଲା। କିନ୍ତୁ ଏବେ ଜନଧନ ଆକାଉଣ୍ଟରେ ସବୁଠୁ ବଡ଼ ହିତାଧିକାରୀ ସାଜିଛନ୍ତି ଏସସି,ଏସଟି ଓ ଓବିସି ସମୁଦାୟ । ଓ୍ୱାକଫ ବୋର୍ଡ ଅଧୀନରେ ଲକ୍ଷ ଲକ୍ଷ ହେକ୍ଟର ଜମି ଅଛି। କିନ୍ତୁ ଏ ସବୁ ସମ୍ପତ୍ତିର ବ୍ୟବହାର ସଠିକ ଢଙ୍ଗରେ କରି ଗରିବ ଓ ଜରୁରୀ ଲୋକଙ୍କ କାମରେ ଲାଗିବ। କେବଳ ଜମି ମାଫିଆ ଏ ସବୁ ସମ୍ପତ୍ତିରୁ ଲାଭବାନ ହେଉଥିଲେ ବୋଲି କହିଛନ୍ତି ମୋଦି। ଜମି ଲୁଟର କାରସାଦି ଏହି ନୂଆ ଆଇନ ବଳରେ ବନ୍ଦ ହେବ। ନୂଆ ଓ୍ୱାକଫ ଆଇନରେ କୌଣସି ଆଦିବାସୀଙ୍କ ଜମିକୁ ଓ୍ୱାକଫ ବୋର୍ଡ ଛୁଇଁପାରିବନି। ଗରିବ ମୁସଲିମ ସେମାନଙ୍କ ଅଧିକାର ପାଇବେ। ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ହେବ ବୋଲି ହରିଆଣାର ହିସାରରେ କହିଛନ୍ତି ପ୍ରଧାନମନ୍ତ୍ରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now