ବାଂଲାଦେଶ ସରକାରର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇପାରନ୍ତି। ରାଜନୈତିକ ଦଳମାନଙ୍କ ମଧ୍ୟରେ ସମ୍ମତିର ଅଭାବ ଓ ସାମରିକ ଚାପ ବଢ଼ିଥିବା ପରିସ୍ଥିତିରେ ଏବେ ଶାସନ ପରିଚାଳନା କରିବା ଦୁର୍ବାର ହୋଇପଡ଼ୁଛି। ସେଥିଲାଗି ୟୁନୁସ ତାଙ୍କ କ୍ୟାବିନେଟ୍ ସଦସ୍ୟଙ୍କୁ କହିଛନ୍ତି ଯେ ଯଦି ସମସ୍ତ ରାଜନୈତିକ ଦଳଙ୍କର ସମର୍ଥନ ନ ମିଳେ, ତେବେ ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ।ବିଶେଷକରି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ତାଙ୍କ ନେତୃତ୍ୱରେ ଢାକାରେ ବୃହତ ରାଲି ଏବଂ ପ୍ରଦର୍ଶନ କରୁଛନ୍ତି। ୨୦୨୪ ଅଗଷ୍ଟ ମାସରେ ଶିକ୍ଷାର୍ଥୀ ଆନ୍ଦୋଳନ ଓ ଜନବିରୋଧ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦ ଛାଡ଼ି ଦେଶ ଛାଡ଼ିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏହି ଅନ୍ତରୀଣ ଶାସନ ଗଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦେଶରେ ଲୋକତାନ୍ତ୍ରିକ ସଂସ୍କାର ଓ ସ୍ଥିରତା ନେଇଆସିବା। କିନ୍ତୁ ବର୍ତ୍ତମାନ ଯୁନୁସଙ୍କ ସାମରିକ ନେତୃତ୍ୱ ସହିତ ମତଭେଦ ଓ ରାଜନୈତିକ ଦଳମାନଙ୍କ ଅସହଯୋଗ ହେତୁ ଶାସନର କାର୍ଯ୍ୟକ୍ଷମତା ନେଇ ଚିନ୍ତା ବଢ଼ିଛି। ନ୍ୟାସନାଲ୍ ସିଟିଜେନ୍ ପାର୍ଟି (NCP) ନେତା ନାହିଦ ଇସ୍ଲାମ ମଧ୍ୟ ଏହାକୁ ସୁନିଶ୍ଚିତ କରିଛନ୍ତି। ଯଦି ମୋହମ୍ମଦ ଯୁନୁସ ଇସ୍ତଫା ଦେବେ, ତେବେ ବାଂଲାଦେଶର ଲୋକତାନ୍ତ୍ରିକ ଅନ୍ତର୍ଗତ ଗତିବିଧିରେ ଏହା ଗଭୀର ପ୍ରଭାବ ପକାଇପାରେ। ଦେଶର ଲୋକେ ଏବେ ଏକ ଅନିଶ୍ଚିତ ଭବିଷ୍ଯତ ମୁହାଁ ହେବାର ଆଶଙ୍କା କରାଯାଉଛି। ଏଯାଏଁ ପର୍ଯ୍ୟନ୍ତ ଯୁନୁସଙ୍କ ଇସ୍ତଫା ସଂପର୍କରେ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ବନ୍ଧକ ଭଳି ଅନୁଭବ ହେଉଛି ବୋଲି କହିଛନ୍ତି ୟୁନୁସ। ଗୁରୁବାର ଢାକାରେ ଆଡଭାଇଜୋରି କାଉନସିଲ ବୈଠକରେ ଦେଶର ସ୍ଥିତି ଉପରେ ଅସନ୍ତୋଷ ଜାହିର କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now