ଓଡ଼ିଶାରାଜନୀତି

ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା! ସରଗରମ ରାଜ୍ୟ ରାଜନୀତି

ଶ୍ରୀମନ୍ଦିର ସୁରକ୍ଷା ନେଇ ସରଗରମ ରାଜ୍ୟ ରାଜନୀତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗତକାଲି ପୁରୀ ଗସ୍ତ ବେଳେ ପୁଲିସ୍ ପ୍ରଶାସନ ତାଙ୍କ ବାଟ ଓଗାଳିଥିଲା । ଏହା ପରେ ପରେ ଜୋର ଧରିଛି ରାଜନୀତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ । ବିକାଶ କାମକୁ ବିରୋଧ କରାଯାଉ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି। ବାତ୍ୟା ଦ୍ୱାରା ଯେମିତି ପ୍ରଭାବିତ ନ ହେବ ସେଭଳି କରାଯାଉଛି। ସାଂସଦ ଅପରାଜିତା ଷଡଙ୍ଗୀ ଠିକ କହୁଛନ୍ତି, ବିନା ଅନୁମତିରେ କରିଡର କାମ ହେଉଛି। ଏଏସଆଇ ଅନୁମତି ନ ଥିବାରୁ ଏହି ବିବାଦ ମୁଣ୍ଡ ଟେକିଛି। ତେବେ ଏଏସଆଇକୁ ଟାର୍ଗେଟ କରିବା ସହ, ଏଏସଆଇ ର ଜାଣତରେ ସବୁ କିଛି ହେଉଛି ବୋଲି କହିଛନ୍ତି ପୁରୀ ବିଧାୟକ।
ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅପରାଜିତା କେବଳ ଶୋ ବାଜି କରୁଥିବା ବେଳେ ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନାହିଁ । କେବଳ ସେ ନିଜର ପ୍ରଚାର ଚାହୁଛନ୍ତି। ନୂଆ ରାଜନୀତିକୁ ଆସିଛନ୍ତି , ସୋ ବାଜି ଯଦି କରିବେ ସେ ଅଧିକ ସମୟ ତିଷ୍ଠି ପାରିବେନି ବୋଲି କହିଛନ୍ତି ପ୍ରମିଳା । ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝି ସୁଝି କରୁଛି । ସେବାୟତ ଓ ଗଜପତି ଯେତେବେଳେ ଉଚିତ୍ କାର୍ଯ୍ୟ ହେଉଛି ବୋଲି କହୁଥିବା ବେଳେ ଅପରାଜିତା ଏକା ଭୁଲ ହେଉଛି ବୋଲି କହୁଛନ୍ତି । ତାଙ୍କର ବ୍ୟକ୍ତିଗତ ଆଡଭଟାଇଜ ପାଇଁ ସେ ଏଭଳି କରୁଛନ୍ତି । ତାଙ୍କ ସହ ଦଳ ନାହିଁ କି, ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ ।

Leave a Reply

Your email address will not be published.

Back to top button