ସଂସଦର ମୌସୁମୀ ଅଧିବେଶନ- ଆରମ୍ଭରୁ ଅଚଳାବସ୍ଥା

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୨୧ ଯାଏ ୩୨ଦିନ ଧରି ଚାଲିବ ଅଧିବେଶନ। ଅଧିବେଶନ ଆରମ୍ଭ ଆଗରୁ ପ୍ରଧାନମନ୍ତ୍ରୀ ମୋଦି ମିଡିଆକୁ ସମ୍ୱୋଧନ କରି କହିଥିଲେ ଯେ, ଚଳିତ ଅଧିବେଶନ ନୂଆ ସୃଜନର ପ୍ରତୀକ ଅଟେ। ଅପରେସନ ସିନ୍ଦୂରରେ ସାରା ଦୁନିଆ ଭାରତର ସୈନ୍ୟ ସାମର୍ଥ୍ୟକୁ ଦେଖିଲା। ବୋମା, ବନ୍ଧୁକ ଓ ପିସ୍ତଲର ସାମ୍ନାରେ ଦେଶର ସମ୍ୱିଧାନ ବିଜୟୀ ହେଉଛି। ବିରୋଧୀ ଦଳକୁ ଅପିଲ୍ କରିଥିଲେ, ସଂସଦରେ ସେନାର ପ୍ରଶଂସା କରନ୍ତୁ। ରାଷ୍ଟ୍ର ହିତରେ ଏକତା ଜରୁରୀ। ଚାଷୀଙ୍କ ପାଇଁ ଚଳିତ ମୌସୁମୀ ଲାଭଜନକ ସାଜିବ। ଭଲ ବର୍ଷା ଚାଷୀଙ୍କ ଅର୍ଥବ୍ୟବସ୍ଥା, ଦେଶର ଅର୍ଥବ୍ୟବସ୍ଥା, ଗ୍ରାମୀଣ ଅର୍ଥବ୍ୟବସ୍ଥା ଓ ସର୍ବୋପରି ସବୁ ପରିବାରକୁ ଅର୍ଥବ୍ୟବସ୍ଥା ଲାଗି ମହତ୍ତ୍ୱପୂର୍ଣ୍ଣ ଅଟେ। ମୌସୁମୀ ଅଧିବେଶନ ରାଷ୍ଟ୍ର ଗୌରବ ଓ ବିଜୟ ଉତ୍ସବର ସମୟ ଅଟେ ଅଧିବେଶନ ଆରମ୍ଭରୁ ପହଲଗାଁଓ ଆତଙ୍କି ଆକ୍ରମଣ ଓ ଅହମଦାବାଦରେ ବିମାନ କ୍ରାସରେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲା ଗୃହ। ଏହା ପରେ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଅପରେସନ ସିନ୍ଦୂରକୁ ନେଇ ବିସ୍ତୃତ ଆଲୋଚନା ଦାବି କରିଥିଲେ ବିରୋଧୀ ଦଳ। ଏ ଯାଏଁ ଛଦ୍ମବେଶରେ ଆସିଥିବା ଆତଙ୍କବାଦୀ ଧରାପଡ଼ିଲେନି। ଗୃହରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଏହାର ଉତ୍ତର ରଖନ୍ତୁ। ବାଚସ୍ପତି ଶାନ୍ତି ବଜାୟ ରଖି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଯେତେ ଅନୁରୋଧ କଲେ ବି କେହି ଶୁଣିଲେନି। ଯାହାକୁ ନେଇ ବାରମ୍ୱାର ଗୃହ କାର୍ଯ୍ୟ ବାଧାପ୍ରାପ୍ତରୁ ମୁଲତବୀ କରିବାକୁ ପଡ଼ିଥିଲା। ଅପରାହ୍ନ ୪ଟା ପରେ ଆଉ ଗୃହ ଚାଲିପାରିଲାନି। ସେତେବେଳକୁ ଚାରି ଚାରି ଥର ମୁଲତବୀ ହୋଇସାରିଥିଲା ଗୃହ। ମଙ୍ଗଳବାର ୧୧ଟା ଯାଏ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ତାଙ୍କୁ ଗୃହରେ କହିବାକୁ ମଉକା ଦିଆଯାଉନି। ବିଜୟ ଉତ୍ସବ ପାଳିବାକୁ କହିଥିବା ପ୍ରଧାନମନ୍ତ୍ରୀ ନିଜେ ଗୃହରେ ରହୁନାହାନ୍ତି। ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ। କେବଳ ପହଲଗାଁଓ ଆତଙ୍କି ଆକ୍ରମଣ ନୁହେଁ, ଅପରେସନ ସିନ୍ଦୂର, ଯୁଦ୍ଧ ବନ୍ଦରେ ଟ୍ରମ୍ପଙ୍କ ମଧ୍ୟସ୍ଥତାର ଦାବି, ବିଦେଶ ନୀତି, ବିହାରରେ ଇଲେକ୍ଟୋରାଲ ରିଭିଜନ, ମଣିପୁର ଓ ଚୀନ ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି ବିରୋଧୀ। ରାଜ୍ୟସଭାରେ ଜଷ୍ଟିସ ଯଶୋବନ୍ତ ବର୍ମାଙ୍କୁ ହଟାଇବାକୁ ୬୩ ସାଂସଦ ନୋଟିସ୍ ଦେଇଥିଲେ। ଏହାକୁ ୧୪୫ ସଦସ୍ୟ ସମର୍ଥନ କରିଛନ୍ତି। ମ୍ୱିଧାନର ଅନୁଛେଦ ୧୨୪, ୨୧୭ ଓ ୨୧୮ ଆଧାରରେ ମହାଅଭିଯୋଗର ପ୍ରସ୍ତାବ ଦିଆଯାଇଛି। ରାଜ୍ୟସଭାରେ ଏୟାରଇଣ୍ଡିଆ ବିମାନ କ୍ରାସ ଘଟଣା ଉଠିବାରୁ ଏହା ଉପରେ ବିଭାଗୀୟ ମନ୍ତ୍ରୀ ଗୃହକୁ ବିସ୍ତୃତ ବିବରଣୀ ଦେଇଥିଲେ। ଏୟାର ଇଣ୍ଡିଆ ବିମାନକ୍ରାସର ତଦନ୍ତ ଅନ୍ତରାଷ୍ଟ୍ରୀୟ ପ୍ରୋଟୋକଲ ଅନୁସାରେ ହେଉଛି। ତଦନ୍ତ ସମ୍ପୂର୍ଣ୍ଣ ହେଲା ଯାଏ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ନାଇଡ଼ୁ।ବିରୋଧୀଙ୍କ ହଙ୍ଗାମା ଲାଗି ବି ରାଜ୍ୟସଭାକୁ ବାରମ୍ୱାର ମୁଲତବୀ କରିବାକୁ ପଡିଥିଲା। ରାଜ୍ୟସଭାରେ ଲାଡିଂ ବିଲ୍ ପାରିତ ହୋଇଛି। ଭାରତୀୟ ସିପିଂ ସେକ୍ଟରରେ ଏହା ସଂସ୍କାର ଆଣିବ। ପହଲଗାଁଓ ଆତଙ୍କି ଆକ୍ରମଣ, ଅପରେସନ ସିନ୍ଦୂର ଉପରେ ଲୋକସଭାରେ ୧୬ ଘଣ୍ଟା ଓ ରାଜ୍ୟସଭାରେ ୯ ଘଣ୍ଟା ଆଲୋଚନା ଲାଗି ସମୟ ସ୍ଥିର ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *