ପୋଲିସ କୁ ବଡ଼ ସଫଳତା । ଏନକାଉଣ୍ଟରରେ ୨୪ ମାଓବାଦୀ ମୃତ । ଛତିଶଗଡ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମୈନପୁର ଥାନା କୁଲାରୀଘାଟ ସଂରକ୍ଷିତ ଜଙ୍ଗଳ ରେ ଛତିଶଗଡ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ ମାଓଦମନ ଅପରେସନ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମହିଳା ମାଓବାଦୀଙ୍କ ସମେତ ୨୪ ଜଣ ମାଓବାଦୀ ଟଳି ପଡ଼ିଥିଲେ । ୨୪ ଜଣ ମାଓବାଦୀ ମଧ୍ୟରୁ ଏହି ମାଓଦମନ ଅପରେସନ ରେ ଟଳି ପଡିଛନ୍ତି ଟପ ମାଓନେତା ତଥା କେନ୍ଦ୍ରୀୟ ପରିଚାଳନା କମିଟିର ମେମ୍ବର କୁହାଯାଉଥିବା ଓଡିଶା ର ଜୟରାମ ରେଡ୍ଡୀ ଓରଫ ଚଳପତି । ଜୟରାମ ମାଓ ସଂଗଠନ ର ବଡ଼ବଡ଼ ନିଷ୍ପତ୍ତି ନେଉଥିବା ବେଳେ ଜୟରାମ ର ନେତୃତ୍ୱ ରେ ମାଓ ସଂଗଠନ ପରିଚାଳିତ ହେଉଥିଲା । ଏଥିସହ ଜୟରାମ ଙ୍କ ଉପରେ ଏକ କୋଟି ଟଙ୍କା ର ପୁରସ୍କାର ଥିଲା । ମାଓନେତା ଜୟରାମ ପରି ଆଗଧାଡିର ଟପ ନେତା ସୁରକ୍ଷାକର୍ମୀଙ୍କ ଗୁଳି ରେ ନିପାତ ହେବା ଯେ କୌଣସି ମାଓଦମନ ଏନକାଉଣ୍ଟର ରେ ଏହା ପ୍ରଥମ ଘଟଣା । ଯାହା ଛତିଶଗଡ-ଓଡିଶା ପୋଲିସ ର ମିଳିତ ଅପରେସନ ରେ ଏହି ବଡ଼ ସଫଳତା ମିଳିଛି। ବର୍ତମାନ ମଧ୍ୟ ଉଭୟ ରାଜ୍ୟ ର ସୁରକ୍ଷା କର୍ମୀ ପକ୍ଷ ରୁ କୁମ୍ବିଙ୍ଗ ଅପରେସନ କୁ ଜୋରଦାର କରି ସର୍ଚ୍ଚ ଅପରେସନ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now