ମଧ୍ୟପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହା ଯେଭଳି ଦେଶର ଗୌରବ କର୍ଣ୍ଣେଲ ସୋଫିଆ କୁରୈସିଙ୍କ ବାବଦରେ ହୀନ ଟିପ୍ପଣୀ କରିଥିଲେ। ଏହାକୁ ୪୮ ଘଣ୍ଟା ବିତିନି। ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେଓ୍ୱଡ଼ା ଦେଲେଣି ଆଉ ଏକ ବିବାଦୀୟ ବୟାନ। ଅପରେସନ ସିନ୍ଦୂରର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୂରି ପ୍ରଶଂସା କରୁଥିଲା ବେଳେ ଦେଓ୍ୱଡ଼ା ଦେଇଛନ୍ତି ବିବାଦୀୟ ବୟାନ। ପୁରା ଦେଶ, ସୈନିକ ଓ ସେନା ମୋଦିଙ୍କ ଚରଣରେ ନତମସ୍ତକ ବୋଲି କହିଛନ୍ତି ଦେଓ୍ୱଡ଼ା। ଏହାକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ ଦଳ। ବିରୋଧୀ ଦଳ କହିଛି, ମନ୍ତ୍ରୀଙ୍କ ଏ ବୟାନ ଦର୍ଶାଉଛି ଯେ, ବିଜେପି ହୃଦୟରେ ଭାରତୀୟ ସେନା ପ୍ରତି କୌଣସି ସମ୍ମାନ ନାହିଁ। ଏଭଳି ବୟାନ ଲାଗି ଜଗଦୀଶଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ। ଜବଲପୁରରେ ସିଭିଲ ଡିଫେନ୍ସର ଏକ କାର୍ଯ୍ୟକ୍ରମରେ ଜଗଦୀଶ ଏ କଥା କହିଛନ୍ତି। ଯଦି ଜଗଦୀଶଙ୍କ ବିରୁଦ୍ଧରେ ବିଜେପି କାର୍ଯ୍ୟାନୁଷ୍ଠାନ ନ ନିଏ, ତା ହେଲେ ଏ କଥା ବୁଝିବାକୁ ହେବ ଯେ, ଏମାନଙ୍କ ବୟାନ ପ୍ରତି ମୋଦିଙ୍କ ସମର୍ଥନ ରହିଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍। ଏମିତିରେ ସ୍ୱାଧୀନତା ଆନ୍ଦୋଳନରେ ବିଜେପିର କୌଣସି ଭୂମିକା ଥିଲା ନା ବଳିଦାନ। ସେଥିଲାଗି ସେମାନେ ସେନାର ବଳିଦାନର ମୂଲ୍ୟ ବୁଝନ୍ତିନି ବୋଲି କଡ଼ା ଭାଷାରେ ଆକ୍ଷେପ କରିଛନ୍ତି ସୁପ୍ରିୟା। ବିଜେପି ଲଗାତାର ସେନାଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେବାରେ ଲାଗିଛି। ବିଜେପି ରଙ୍ଗରେ ବଳିଦାନର ନୁହେଁ, ବରଂ ସ୍ୱାର୍ଥପରତାର ରଙ୍ଗ ଅଛି। ସେନା ପ୍ରତି କୃତଜ୍ଞତା ଜଣାଇବା ବଦଳରେ ସେମାନଙ୍କୁ ନୀଚା ଦେଖାଉଛି ବିଜେପି।

Naxatra News is now on Whatsapp
Join and get latest news update delivered to you via whatsapp
Join Now