ମୁମ୍ୱାଇ ମେୟର ହେଲେ ରିତୁ ତାୱଡ଼େ। ସଞ୍ଜୟ ଘାଡ଼ି ହେଲେ ଡେପୁଟି ମେୟର। ବିମସିର କ୍ଷମତା ଚୌକିକୁ ୪୪ ବର୍ଷ ପରେ ଫେରିଛି ବିଜେପି। ଏହା ସହ ବିଏମସି ଉପରେ ଶିବସେନାର ୨୫ ବର୍ଷ ଧରି ଆସିଥିବା ଦଖଲର ଅନ୍ତ ଘଟିଛି। ବିଜେପିର ରିତୁ ତିଓ୍ୱାରୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଶିବସେନା ସିନ୍ଦେ ଗ୍ରୁପର ସଞ୍ଜୟ ଘାଡ଼ି ବି ନିର୍ଦ୍ୱନ୍ଦରେ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ଆଶାୟୀଙ୍କ ବ୍ୟତୀତ କୌଣସି ଦଳ ପ୍ରାର୍ଥୀ ଦେଇନଥିଲେ। ଦେଶର ସବୁଠୁ ଧନୀ ମ୍ୟୁନିସିପାଲ କର୍ପୋରେସନରେ ମହାୟୁତିର ରାଜ ଆରମ୍ଭ ହୋଇଛି। ୧୩୨ ନମ୍ୱର ଓ୍ୱାର୍ଡର କର୍ପୋରେଟର ଅଟନ୍ତି ରିତୁ। ରିତୁ ୨୦୧୨ରୁ ଲଗାତାର ୩ଥର ବିଜେପି କର୍ପୋରେଟର ହେଲେଣି। ସେ ୩ ଥର ଅଲଗା ଅଲଗା ଓ୍ୱାର୍ଡରୁ ଲଢ଼ିଛନ୍ତି। ୨୦୧୨ରେ ୧୨୭, ୨୦୧୭ରେ ୧୨୧ ଓ ୨୦୨୬ରେ ୧୩୨ ନମ୍ୱର ଓ୍ୱାର୍ଡରୁ ଲଢ଼ି ଜିତିଛନ୍ତି। ରିତୁ ମରାଠୀ ସମୁଦାୟର। କିନ୍ତୁ ଗୁଜରାଟି ବହୁଳ ଓ୍ୱାର୍ଡରେ ତାଙ୍କର ଦବଦବା ରହିଛି। ସେ ମହାରାଷ୍ଟ୍ର ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ବି ଅଛନ୍ତି। ମୁମ୍ୱାଇ ମହାନଗର ନିଗମର ୭୭ତମ ମେୟର ହେଲେ ରିତୁ। ମେୟର ପଦ ସମ୍ଭାଳିବାରେ ରିତୁ ହେଉଛନ୍ତି ଦ୍ୱିତୀୟ ବିଜେପି କର୍ପୋରେଟର। ବିଜେପିର ପ୍ରଥମ ମେୟର ଥିଲେ ଡାକ୍ତର ପ୍ରଭାକର ପଇ। ୧୯୮୨ରୁ ୧୯୮୩ ଯାଏ ସେ ମେୟର ଥିଲେ। ଶିବସେନା ୧୯୯୭ରେ ବିଏମସି କବଜା କରି ପ୍ରାୟ ୩ ଦଶନ୍ଧି ଧରି କ୍ଷମତା ଡୋରି ଧରିଥିଲା। ମେୟର ନାଁ ଘୋଷଣା ବେଳେ ବିଏମସି ଗୃହ ପୁରା ଗେରୁଆମୟ ହୋଇଯାଇଥିଲା। ମୋଦି ମୋଦି ନାରାରେ କମ୍ପାଇଥିଲେ ମହିଳା କର୍ପୋରେଟର। ସେପଟେ ୫ ନମ୍ୱର ଓ୍ୱାର୍ଡର କର୍ପୋରେଟର ହେଉଛନ୍ତି ସଞ୍ଜୟ। ଡେପୁଟି ମେୟର ସଞ୍ଜୟ ଘାଡ଼ିଙ୍କ ରାଜନୈତିକ କ୍ୟାରିଅର୍ ମହାରାଷ୍ଟ୍ର ନବନିର୍ମାଣ ସେନାରୁ ଆରମ୍ଭ ହୋଇଥିଲା। ରାଜ ଠାକରେଙ୍କ ଖାସ୍ ଅନୁଗତ ଥିଲେ। ଏମଏନଏସ ଛାଡ଼ି ସଞ୍ଜୟ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ଡେଇଁଥିଲେ। ଆଉ ଏହା ପରେ ଦଳ ବିଭାଜନ ପରେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଏକ ପ୍ରମୁଖ ଚେହେରା ହୋଇଥିଲେ। ୨୨୭ ସଦସ୍ୟ ବିଶିଷ୍ଟ ବିଏମସି ନିର୍ବାଚନରେ ବିଜେପି ୮୯ ସିଟ୍ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଶିବସେନା ୨୯ ସିଟରେ ଜିତିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now