ସିପି ବଦଳିଲେ- ବିଧାୟକ ପିନ୍ଧିଲେ ନୂଆ କୁର୍ତ୍ତା

ପୁଲିସ କମିଶନରଙ୍କ ବଦଳି ପରେ ଫଟା କୁର୍ତ୍ତା କାଢ଼ି ନୂଆ ପିନ୍ଧିଲେ ବିଧାୟକ। ସିପିଙ୍କ ବଦଳିକୁ ରାମଭକ୍ତଙ୍କ ଜିତ୍ ବୋଲି କହିଛନ୍ତି ଲୋନି ବିଧାୟକ ନନ୍ଦକିଶୋର ଗୁର୍ଜର। କମିଶନରଙ୍କ ବଦଳି ପରେ ତାଙ୍କ ସମର୍ଥକ ଢୋଲ ବାଜା ବଜାଇ ସେଲିବ୍ରେସନ ଆରମ୍ଭ କରିଥିଲେ। ଆଉ ସମାଜ ଲୋକଙ୍କ ଆଗରେ ବିଧାୟକଙ୍କୁ ନୂଆ କୁର୍ତ୍ତା ଭେଟି ଦେଇଥିଲେ। ପୁରା ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ଦାବି କରିଛନ୍ତି ବିଧାୟକ। ମଙ୍ଗଳବାର ରାତିରେ ଘାଜିଆବାଦର ପୁଲିସ କମିଶନର ଅଜୟ ମିଶ୍ରାଙ୍କ ବଦଳି ହୋଇଥିଲା। ବୁଧବାର ଗୁର୍ଜର ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତା ବାଜା ବଜାଇ ବାଣ ଫୁଟାଇ ନନ୍ଦକିଶୋରଙ୍କ ବ୍ରତ ଭାଙ୍ଗିଥିଲେ। ସହାରନପୁରରେ ରାମକଥା ଚାଲିଥିଲା ବେଳେ ନୂଆ କୁର୍ତ୍ତା ପିନ୍ଧିଛନ୍ତି ନନ୍ଦକିଶୋର। ମାର୍ଚ୍ଚ ୨୦ରେ ଲୋନିର ଭାଜପା ବିଧାୟକ ନନ୍ଦକିଶୋର ଗୁର୍ଜର ରାମକଥା ପୂର୍ବରୁ କଳସ ଯାତ୍ରା ବାହାର କରିଥିଲେ। ଅନୁମତି ନଥିବାରୁ ପୁଲିସ ତାଙ୍କୁ ଅଟକାଇଦେଇଥିଲା। ଏହାକୁ ନେଇ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ବିଧାୟକଙ୍କ କୁର୍ତ୍ତା ଫାଟିଯାଇଥିଲା। ଆଉ ପୁଲିସ କମିଶନରଙ୍କ ବିରୁଦ୍ଧରେ ଆକ୍ସନ ନ ହେଲା ଯାଏ, ସେ ଫଟା କୁର୍ତ୍ତା ପିନ୍ଧିକି ରହିବେ। ଖାଲି ପାଦରେ ଚାଲିବେ। ଆଉ ଜମିରେ ଶୋଇବେ ବୋଲି ପଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *