ଡ୍ଯୁଟି ବେଳେ ନା ମିଳିବ ମିଲ୍ ନା ଶୌଚାଳୟ ଯିବାକୁ ଅନୁମତି। ଲୋକୋ ପାଇଲଟଙ୍କ ପ୍ରତି ଏଭଳି ପ୍ରତିବନ୍ଧକ ଲଗାଇଛି ଭାରତୀୟ ରେଲଓ୍ୱେ। ଡ୍ୟୁଟି ବେଳେ ଭୋଜନ କରିବା ଓ ଶୌଚ ଯିବାକୁ ବ୍ରେକ୍ ଦେବାକୁ ଦୀର୍ଘ ସମୟ ଧରି ଦାବି କରିଆସୁଥିଲେ ଲୋକୋ ପାଇଲଟ। କିନ୍ତୁ ରେଲଓ୍ୱେ ବୋର୍ଡ ଏହାକୁ ଅସ୍ୱୀକାର କରିଦେଇଛି। ଏଭଳି ନିଷ୍ପତ୍ତିକୁ ନେଇ ଅଲଇଣ୍ଡିଆ ଲୋକୋ ରନିଂ ଷ୍ଟାଫ୍ ଆସୋସିଏସନ ନିନ୍ଦା କରିଛି। ଲୋକୋମୋଟିଭରେ ଟଏଲଟ ସୁବିଧା ନଥିବାରୁ ଚଳନ୍ତା ଟ୍ରେନରେ ଶୌଚାଳୟ ଯିବାକୁ ଅନୁମତି ନ ଦେବା ଗ୍ରହଣୀୟ ନୁହେଁ। ଖାଇବାକୁ ଓ ଶୌଚ ଯିବାକୁ ବିରତି ତ ମିଳିଲାନି। ପାଲଟା ରେଲଓ୍ୱେ ବୋର୍ଡ ହାଇସ୍ପିଡ୍ ଟ୍ରେନ୍ର ସ୍ପିଡ୍ ଲିମିଟ୍ ବି ବଢ଼ାଇବାକୁ ନିଷ୍ପତ୍ତି କରିଛି। ଲୋକୋ ପାଇଲଟଙ୍କ ଏ ଦାବି ଉପରେ ବିଚାର କରିବାକୁ ରେଲଓ୍ୱେ ବୋର୍ଡ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲା। କିନ୍ତୁ କମିଟି ସୁପାରିଶ କରିଥିଲା ଯେ, ଲଞ୍ଚ୍ ଓ ଟଏଲଟ ବ୍ରେକ୍ ଦେଲେ ଏହା ନିୟମ ବର୍ହିଭୂତ ହେବ। ଏହା ବ୍ୟବହାରିକ ଦୃଷ୍ଟିରୁ ସମ୍ଭବ ବି ନୁହେଁ। ଆଉ କମିଟି ସୁପାରିଶକୁ ମୋହର ମାରିଛି ବୋର୍ଡ। ଦେଶତମାମ ବଢ଼ୁଥିବା ଟ୍ରେନ୍ ଦୁର୍ଘଟଣା ସ୍ଥିତି ଭିତରେ ଏଭଳି ନିଷ୍ପତ୍ତି ନେଇଛି ବୋର୍ଡ। ଅଧିକାଂଶ ଦୁର୍ଘଟଣା ମାନବୀୟ ତୃଟିରୁ ହୋଇଥିବା ରିପୋର୍ଟ ଆସୁଛି। ହାଇସ୍ପିଡ୍ ଟ୍ରେନର ବେଗ ଘଣ୍ଟାକୁ ୧୧୦ରୁ ବଢ଼ାଇ ୧୩୦ କିଲୋମିଟର କରିଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now