ବିହାରର ଆଇଆଇଟି ଗାଁ

ସମସ୍ତଙ୍କର ଛୋଟ ବେଳୁ ଇଛା ପାଠ ପଢି ବଡ ମଣିଷ ହେବେ। କାହାର ଡାକ୍ତର, ଆଉ କାହାର ଇଞ୍ଚିନିୟର, ଆଉ କାହାକୁ ବୈଜ୍ଞାନିକ ଏବଂ କାହାକୁ ଶିକ୍ଷକତା କରିବାକୁ ଇଛା ଥାଏ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଯେଉଁ ପିଲା ପରିଶ୍ରମ କରି ନିଜ ଦୃଢ ଇଛା ଶକ୍ତି ବଳରେ ପାଠ ପଢିଲା ସେ ଆଗକୁ ଗଲା ବୋଲି କୁହନ୍ତି। ଆଉ ତା ସହ ଗୁରୁ ଗୁରୁଜନ, ବାପା ମାଙ୍କ ଆର୍ଶୀବାଦ ମଧ୍ୟ ଦରକାର। ଏତିକିରେ ଛାତ୍ରଛାତ୍ରୀ ସପଳ ହୋଇ ନାଁ କରି ଗୌରବ ଆଣିଥାଏ। ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଘରର ପିଲା ଆଇଆଇଟିରେ ସଫଳତା ପାଇଛନ୍ତି। ବିହାରର ଗୟା ଜିଲ୍ଲାରେ ଥିବା ପଟବାଟୋଲି ଗାଁକୁ ଆଇଆଇଟିମାନଙ୍କ ଗାଁ ବୋଲି କୁହାଯାଏ।
ପ୍ରତିବର୍ଷ ଅଧିକାଂଶ ପିଲା ଆଇଆଇଟି ପରୀକ୍ଷା ପାସ କରି ଦେଶର ଏହି ବୃହତ୍ତମ ଶିକ୍ଷା ପ୍ରତିଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଥାନ୍ତି । ଏହାସହ ଏହି ଗାଁରେ ଲାଇବ୍ରେରୀ ମଧ୍ୟ ନିର୍ମାଣ ହୋଇଛି। ପିଲାମାନେ ମଧ୍ୟ ବିନା କୌଣସି କୋଚିଂରେ ଏହି ପରୀକ୍ଷା ପାସ କରୁଥିବା ଜଣାପଡିଛି। କିଛି ପିଲା ଉତ୍ତୀର୍ଣ୍ଣ ହେଉଥିବା ବେଳେ ଆଉ କିଛି ପିଲା ପାସ ହୋଇପାରନ୍ତିନାହିଁ। ସେପଟେ ଆଇଆଇଟି ପାସ କରିସାରିଲା ପରେ ପିଲାମାନଙ୍କୁ ଅନଲାଇନ କ୍ଲାସ କରି ପାଠପଢାରେ ସହଯୋଗ କରୁଛନ୍ତି। ଯାହା ଫଳରେ ପ୍ରତ୍ୟକ ବର୍ଷ ଏଠିକାର ପିଲା ଆଇଆଇଟିରେ ଭଲ ରେଜଲ୍ଟ କରୁଥିବା ଜଣାପଡିଛି।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ