ଅଢ଼େଇଟାରେ ଡିଜିଏମଓ ସ୍ତରୀୟ ଆଲୋଚନା ଅଛି। ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବିରତିକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଅଛି। ଡିଜିଏମଓ ବା ମିଲିଟାରୀ ଅପରେସନ ମହାନିର୍ଦେଶକଙ୍କ ଭିତରେ ଏହା ଦ୍ୱିତୀୟ ଥର ବୈଠକ ହେବ। ଏହି ଆଲୋଚନା ଆଗରୁ ଭାରତୀୟ ସେନା ବୟାନ ଦେଇସାରିଛି ଯେ, ଗଲା ରାତିରୁ ସୀମାରେ ଶାନ୍ତି ବଜାୟ ରହିଛି। କିନ୍ତୁ ତା ଆଗରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ବସିଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବିଦେଶ ସଚିବ ବିକ୍ରମ ମିସ୍ରି, ସିଡିଏସ ଅନୀଲ ଚୌହ୍ୱାନ, ତିନି ସେନା ମୁଖ୍ୟ ବସି ଅପେରସନ ସିନ୍ଦୂର, ଆତଙ୍କ ବିରୋଧୀ ଅଭିଯାନ ସନ୍ଦର୍ଭରେ ବିସ୍ତୃତ ଆଲୋଚନା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now