ରାଜନୀତିରେ ଆତଙ୍କବାଦ- ଆରୋପ ତେଜ୍

ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ଅପରସେନ ସିନ୍ଦୂର ନାଁରେ ମୁହଁତୋଡ଼ ଜବାବ ଦେଲା ଭାରତ। ପାକିସ୍ତାନର ଆତଙ୍କ ମୁଖା ଖୋଲିବାକୁ ସର୍ବଦଳୀୟ ପ୍ରତିନିଧି ଦଳ ବି ବିଭିନ୍ନ ଦେଶକୁ ବୁଲି ବାର୍ତ୍ତା ଦେବା ଜାରି ରଖିଛି। ରାଷ୍ଟ୍ରନୀତି ସବୁଠୁ ଆଗରେ ବୋଲି କୁହାଯାଉଛି। କିନ୍ତୁ ଅପରେସନ ସିନ୍ଦୂରକୁ ନେଇ ରାଜନୀତି ଥମୁନି। ଆରୋପ ପ୍ରତ୍ୟାରୋପ କମୁନି। ଏମିତିରେ ପିଓକେ ଓ ଆତଙ୍କବାଦକୁ ଛାଡ଼ିଦେଲେ ଆଉ କୌଣସି କଥା ପାକିସ୍ତାନ ସହ ହେବନି ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଦେଇଛନ୍ତି। ହେଲେ ଆତଙ୍କବାଦୀ ଯିଏ ରକ୍ତ ଚାଖିସାରିଥିଲେ, ଏ ପ୍ରକ୍ରିୟା ୭୫ ବର୍ଷ ହେଲା ଚାଲିଆସିଥିଲା ବୋଲି କହିଛନ୍ତି ମୋଦି। ଆଉ ପହଲଗାଁଓ ଥିଲା ଏହାର ବିକୃତ ରୂପ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା ମାନିଥିଲେ ପିଓକେକୁ ପାକିସ୍ତାନ ନେଇପାରିନଥାଆନ୍ତା ବୋଲି କହିଛନ୍ତି ମୋଦି। ପିଓକେ ମିଳିବା ଯାଏ ସେନା ଫେରିବେନି ବୋଲି କହିଥିଲେ ପଟେଲ। ୧୯୪୭ରେ ଯଦି ସେନା ଆକ୍ସନ ନେଇଥାଆନ୍ତା, ତାହେଲ ଆଜି ପହଲଗାଁଓ ସ୍ଥିତି ଦେଖିବାକୁ ମିଳିନଥାଆନ୍ତା। ଗାନ୍ଧୀନଗରରୁ ମୋଦି ଏଭଳି ଢଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନାଁ ନ ନେଇ ଏଭଳି ପରୋକ୍ଷ ଟାର୍ଗେଟ କରିଛନ୍ତି ମୋଦି। କେବଳ ଏତିକି ନୁହେଁ, ସିନ୍ଧୁଜଳ ଚୁକ୍ତି ନେଇ ତତ୍କାଳୀନ ସରକାରର ତୃଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ବି ଅଙ୍ଗୁଳି ଉଠାଇଛନ୍ତି ମୋଦି। ଭାରତର ପାଣି ଉପରେ ଅଧିକାରକୁ ଜାଣିଶୁଣି ଛଡ଼ାଇ ନିଆଗଲା। ଆଉ ଆଜି ସ୍ୱର୍ଗତ ନେହେରୁଙ୍କ ପୂଣ୍ୟତିଥି। କଂଗ୍ରେସ ଏହାର କଡ଼ା କାଉଣ୍ଟର କରିଛି। ସର୍ବଦଳୀୟ ପ୍ରତିନିଧି ଦଳରେ ଯାଇଥିବା ଶାସକ ଦଳର ସାଂସଦ ପଲିଟିକାଲ ଟୁରିଜିମରେ ବ୍ୟସ୍ତ। ପୁଞ୍ଚ, ଗାନ୍ଦରଓ୍ୱାଲ, ଗୁଲମାର୍ଗ ଓ ପହଲଗାଁଓ ଆତଙ୍କବାଦୀଙ୍କ କଅଣ ହେଲା। ଭାରତ-ପାକିସ୍ତାନ ଯୁଦ୍ଧ କେଉଁ ସର୍ତ୍ତରେ ବନ୍ଦ ହେଲା। ହାଫିଜ୍ ସଇଦ୍, ମାସୁଦ ଆଜାହର କେମିତି ବର୍ତ୍ତିଗଲେ। ମୋଦି ସରକାର ଏ ସବୁ କଥାରେ ନୀରବ କାହିଁକି। ପ୍ରଶ୍ନ ପଚାରିଲେ ମୋଦି ଫିଲ୍ଣ ଡାଇଲଗ ମାରୁଛନ୍ତି। ରାଜନୀତିକ ବିମର୍ଶ, ବିଦେଶ ନୀତି ଟ୍ରୋଲ୍ସକୁ ଆଉଟସୋର୍ସିଂ କରିସାରିଲେଣି। ଚୀନ ଓ ପାକିସ୍ତାନ ଏକାଠି ହେଲେ କେମିତି। କୁଏତ ପାକିସ୍ତାନ ଉପରେ ଥିବା ଭିସା ପ୍ରତିବନ୍ଧକ ହଟାଇଦେଲା। ୟୁଏଇ ବି ପାକିସ୍ତାନକୁ ୫ ବର୍ଷ ଲାଗି ଭିସା ଅନୁମତି ଦେଲାଣି। ନେପାଳ-ଭୁଟାନ ଭାରତ ସହ ଛିଡ଼ା ହେଉନାହାନ୍ତି ବୋଲି ପଚାରିଛନ୍ତି ପଓ୍ୱନ ଖେରା। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଲେଣି, ଅପରେସନ ସିନ୍ଦୂର ପୁରା ଫେଲ୍। ପହଲଗାଁଓ ଆକ୍ରମଣରେ ଦାୟୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି ଯାଏ ମୋଦି କାହିଁକି କ୍ୟାବିନେଟରୁ ବାହାର କରୁନାହାନ୍ତି। ସେପଟେ ଆତଙ୍କି ଆକ୍ରମଣର ୩୫ ଦିନ ପରେ ପହଲଗାଁଓରେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲାଙ୍କ ଅଧ୍ୟକ୍ଷତାରେ ବସିଥିଲା ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ। ଆତଙ୍କି ଆକ୍ରମଣ ପରେ କଶ୍ମୀର ଘାଟିର ପର୍ଯ୍ୟଟନ କ୍ଷେତ୍ରକୁ ଲାଗିଥିବା ଝଟକା କେମିତି ଦୂର କରାଯିବ, ତା ଉପରେ ବିଚାରବିମର୍ଶ ହୋଇଛି। ଏହା ସହ ଆତଙ୍କି ବିରୋଧୀ ଲଢ଼େଇରେ ସମସ୍ତେ ଏକଜୁଟ୍ ବୋଲି ବାର୍ତ୍ତା ଦେଇଛି କ୍ୟାବିନେଟ୍। ଅପରେସନ ସିନ୍ଦୂର ବିରୁଦ୍ଧରେ ଜଣେ ୧୯ ବର୍ଷର କଲେଜ ଛାତ୍ରୀ କରିଥିବା ପୋଷ୍ଟକୁ ନେଇ ଜେଲରେ ପୁରାଇଦେଇଥିଲେ ମହାରାଷ୍ଟ୍ର ସରକାର। ଯାହାକୁ ନେଇ ବମ୍ୱେ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସୁକାଉଥିବା ପୋଷ୍ଟ କରିଥିଲେ ଛାତ୍ରୀଜଣକ। ଜଣେ ଛାତ୍ରୀକୁ ଅପରାଧୀ ସଜାଇବାକୁ ସରକାରଙ୍କ ଏ କି ମାନସିକତା ବୋଲି ପଚାରି ବର୍ଷିଛନ୍ତି ବମ୍ୱେ ହାଇକୋର୍ଟ। କାରଣ କଲେଜରୁ ବହିଷ୍କାର ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଯୁବତୀଙ୍କ ଓକିଲଙ୍କୁ ତୁରନ୍ତ ଜାମିନ ଆବେଦନ କରି ଆଜି ହିଁ ଛାତ୍ରୀଙ୍କୁ ଜେଲରୁ ରିଲିଜ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଅଦାଲତ।କାରଣ ଛାତ୍ରୀ ଜଣକ ନିଜ ଭୁଲ୍ ବୁଝିପାରି କ୍ଷମା ମାଗିସାରିଲେଣି। ତାଙ୍କୁ ସୁଧାରିବାକୁ ସୁଯୋଗ ଦେବା ବଦଳରେ ଏଭଳି ଗିରଫ କରି କ୍ୟାରିଅର ନଷ୍ଟ କରି କ୍ରିମିନାଲ ସଜାଇବାର ଅର୍ଥ କଅଣ ବୋଲି ପଚାରିଥିଲେ କୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *