ଯୁଦ୍ଧର ଆଶଙ୍କା ଭିତରେ ଶାନ୍ତି ଓ ଧୈର୍ଯ୍ୟର ବାର୍ତ୍ତା ଦେଲେ ଗୁରୁ ଶ୍ରୀଶ୍ରୀ ରବିଶଙ୍କର

ଅପରେସନ ସିନ୍ଦୂର ପରେ ଯୁଦ୍ଧର ଆଶଙ୍କାର ଘନବାଦଲ ସବୁଠି। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂରର ସଫଳତାକୁ ନେଇ ସବୁଠି ଉତ୍ସାହ। ଆତଙ୍କବାଦୀ କାର୍ଯ୍ୟକଳାପ ମାନବିକତା ବିରୋଧୀ ଅଟେ ବୋଲି କହିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ମାନବତା ବିରୋଧୀ ଆତଙ୍କବାଦକୁ ସମୂଳ ଧ୍ୱଂସ ହେବା ଜରୁରୀ। ଯେଉଁମାନେ ସଂଳାପ ଓ ଆଲୋଚନା ଜରିଆରେ ବୁଝନ୍ତିନି, ସେମାନଙ୍କୁ ତାଙ୍କ କାମ ଲାଗି ଦାୟୀ କରିବା ସହ ଉଚିତ ଶିକ୍ଷା ଦେବା ଦରକାର ବୋଲି କହିଛନ୍ତି ରବିଶଙ୍କର। ଅପରେସନ ସିନ୍ଦୂର ସନ୍ଦର୍ଭରେ ରବିଶଙ୍କର କହିଛନ୍ତି, ଭାରତ ଅତ୍ୟନ୍ତ ବୁଦ୍ଧିମତା ଓ ସଠିକ ପଦକ୍ଷେପ ନେଇଛି। ଏହା ପ୍ରଶଂସନୀୟ। ଭାରତ-ପାକିସ୍ତାନ ଉତ୍ତେଜନା ସ୍ଥିତି ସମୟରେ ଭାରତ ଓ ବିଦେଶରେ ଥିବା ଭାରତବାସୀଙ୍କୁ ଶ୍ରୀ ଶ୍ରୀ ରବିଶଙ୍କର ବାର୍ତ୍ତା ଦେଇଛନ୍ତି ଯେ, ଯୁଦ୍ଧ ସମ୍ପର୍କରେ ଅଧିକ ଚିନ୍ତା ଓ ଉତ୍କଣ୍ଠାରେ ଥିବାରୁ କେହି ଭୟ କରନ୍ତୁନି। ଶାନ୍ତ ରହିବା ସହ ଧୈର୍ଯ୍ୟ ଧରନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ରେ ଦେଶ ସଠିକ୍ ସିଦ୍ଧାନ୍ତ ନେଉଛି। ଭଗବାନ ଆମ ସହ ଥିବାରୁ ଆତ୍ମବିଶ୍ୱାସ ରଖିଲେ ସବୁ ଶୁଭ ହେବ ବୋଲି ସନ୍ଦେଶ ଦେଇଛନ୍ତି ଗୁରୁ ରବିଶଙ୍କର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *