ପହଲଗାମ ଆତଙ୍କି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ୟୁପି କାନପୁରର ଶୁଭମ ପହଲଗାମରେ ଆତଙ୍କିଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏଭଳି ଆକ୍ରମଣ ଦେଶର ଭାଇଚାରା ଓ ସଦ୍ଭାବନାକୁ ପ୍ରଚଣ୍ଡ ଆଘାତ ବୋଲି କହିଛନ୍ତି ରାହୁଲ। ଏହାକୁ କୌଣସିମତେ ବରଦାସ୍ତ କରାଯିବନି ବୋଲି କହିଛନ୍ତି ରାହୁଲ। ଭାରତବାସୀ ଏକଜୁଟ୍ ହୋଇ ଏଭଳି ପରିସ୍ଥିତିର କଡ଼ା ଜବାବ ଦେବାକୁ ପଡ଼ିବ ବୋଲି କହିଛନ୍ତି ରାହୁଲ। ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସଂସଦରେ ସବୁ ବିଷୟରେ ବିସ୍ତୃତ ଚର୍ଚ୍ଚାର ଜରୁରୀ ରହିଛି ବୋଲି କହିଛନ୍ତି ରାହୁଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now