ରାହୁଲ ଗାନ୍ଦୀଙ୍କ ସହ ଜ୍ୟୋତି ମଲହୋତ୍ରା। ଯେଉଁ ଜ୍ୟୋତି ପାକିସ୍ତାନ ଲାଗି ଗୁପ୍ତଚରି ମାମଲାରେ ଗିରଫ ହୋଇଛନ୍ତି। ରାହୁଲଙ୍କ ସହ ନିଜ ଦଳର ବିଧାୟିକା ଅଦିତି ସିଂଙ୍କ ଫଟୋକୁ ମୋର୍ଫ ଫଟୋ ପୋଷ୍ଟ କରି ଏଭଳି ବିଭ୍ରାନ୍ତିକର ପୋଷ୍ଟ କରିଛନ୍ତି ବିଜେପି ନେତା ଅଜୟ ଆଲୋକ। ଡକ୍ଟର ଅଜୟ ଆଲୋକ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର। ରାହୁଲଙ୍କ ସହ ଅଦିତି ସିଂଙ୍କ ଫଟୋକୁ ଏଡିଟ୍ କରି ସେ ଜାଗାରେ ଜ୍ୟୋତିଙ୍କ ଫଟୋ ପୋଷ୍ଟ କରି ଅଜୟ ଲେଖିଛନ୍ତି ଯେ, ସମସ୍ତ ଦେଶଦ୍ରୋହୀ ଓ ଦେଶଦ୍ରୋହ ଅଭିଯୁକ୍ତଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରାହୁଲଙ୍କ ଫଟୋ କେମିତି ମିଳୁଛି। ଏମିତି ସମ୍ପର୍କ କଅଣ କହୁଛି। କଂଗ୍ରେସ ଅଜୟଙ୍କୁ ଏଭଳି ପୋଷ୍ଟ ଲାଗି କଡ଼ା ସମାଲୋଚନା କରି ଅସଲ ଫଟୋ ପୋଷ୍ଟ କରିଛି। ଆଉ ଅଜୟ ଏମିତି କି ନିଶା କରନ୍ତି ଯେ, ନିଜ ଦଳର ବିଧାୟିକାଙ୍କୁ ବି ଚିହ୍ନିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଆଉ କିଛି ୟୁଜର୍ସ ଏଭଳି ବିବାଦୀୟ ପୋଷ୍ଟକୁ ନେଇ ରାହୁଲ ଆଇନର ଆଶ୍ରୟ ନେଇ ଅଜୟଙ୍କୁ ପାନେ ଦେବାକୁ ପରାମର୍ଶ ଦେଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now