ଭାରତୀୟ ସେନା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧୀ ଆଜି ଲକ୍ଷ୍ନୌ କୋର୍ଟରେ ହାଜର ହୋଇଥିଲେ। ରାହୁଲଙ୍କୁ ୨୦ହଜାର ଟଙ୍କାର ଦୁଇଟି ବେଲ ବଣ୍ଡରେ ଜାମିନ ଦେଇଛନ୍ତି ଅଦାଲତ। ରାହୁଲ ଗାନ୍ଧୀଙ୍କୁ କୋର୍ଟ ୫ଥର ସମନ କରିଥିଲେ। କିନ୍ତୁ ରାହୁଲ ହାଜର ହୋଇନଥିଲେ। ଭାରତୀୟ ସେନା ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ ରାହୁଲ। ଭାରତ ଯୋଡ଼ ଯାତ୍ରା ବେଳେ ଏଭଳି ବୟାନ ଦେଇଥିଲେ ରାହୁଲ। ଆଜି ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଆଲୋକ ବର୍ମାଙ୍କ ଆଗରେ ବ୍ୟକ୍ତିଗତ ହାଜର ହୋଇ ସରେଣ୍ଡର କରିଥିଲେ ରାହୁଲ ଗାନ୍ଧୀ। ଏହା ପରେ ଜାମିନ ପାଇଁ ଆବେଦନ କରିଥିଲେ। ରାହୁଲ କୋର୍ଟରେ ପ୍ରାୟ ୩୦ ମିନିଟ୍ ରହିଥିଲେ। ବୋର୍ଡର ରୋଡ୍ ଅର୍ଗାନାଇଜେସନ ବା ବିଆରଓର ପୂର୍ବତନ ନିର୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଅଗଷ୍ଟ ୨୦୨୩ରେ ସିଜିଏମ କୋର୍ଟରେ ରାହୁଲଙ୍କ ବିରୁଦ୍ଧରେ କେସ୍ କରିଥିଲେ। ଏଥିରେ କୁହାଯାଇଥିଲା, ରାହୁଲ ଡିସେମ୍ୱର ୧୬, ୨୦୨୨ରେ ଭାରତ ଯୋଡ଼ ଯାତ୍ରାରେ ଭାରତୀୟ ସେନା ଉପରେ ଟିପ୍ପଣୀ ଦେଇଥିଲେ। ଡିସେମ୍ୱର ୯, ୨୦୨୨ରେ ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷ କଥା କହିଥିଲେ। ରାହୁଲ କହିଥିଲେ, ଚୀନ୍ ସୈନିକ ଭାରତୀୟ ସେନାର ଜବାନଙ୍କୁ ପିଟୁଥିଲେ। ରାହୁଲଙ୍କ ଏହି ବୟାନ ତଥ୍ୟର ବିପରିତ ଓ ଭ୍ରାମକ ଥିଲା। ଏଭଳି ମନ୍ତବ୍ୟରେ ଭାରତୀୟ ସେନାର ମନୋବଳ ପ୍ରଭାବିତ ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now