ଜାତୀୟ ଆଇନ ସମ୍ମିଳନୀ ମଞ୍ଚରେ ବିଜେପିକୁ ରାହୁଲଙ୍କ ଟାର୍ଗେଟ। ତିନି କୃଷି କଳା ଆଇନ ବିରୁଦ୍ଧରେ ସେ ଲଢ଼ିବା ବେଳେ ତାଙ୍କୁ ଧମକାଇବାକୁ ଅରୁଣ ଜେଟଲିଙ୍କୁ ବିଜେପି ପଠାଇଥିଲା। ସ୍ୱର୍ଗତ ଜେଟଲି ରାହୁଲଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ କୁଆଡ଼େ ଧମକାଇଥିଲେ। ଅରୁଣ କହିଥିଲେ, ଯଦି ସେ ସରକାରଙ୍କୁ ବିରୋଧ କରିବେ, ବାଧ୍ୟ ହୋଇ ସରକାର ରାହୁଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ। ଅରୁଣଙ୍କ ଏଭଳି ଧମକ ଶୁଣି ରାହୁଲ କହିଥିଲେ, ସେ କାହା ସହ କଥା ହେଉଛନ୍ତି ଜାଣିଛନ୍ତି ତ। ତାଙ୍କ ପରିବାର ଭୀରୁ ନୁହେଁ। ସେ ନିଆଁ ସହ ସବୁବେଳେ ଖେଳିଆସିଛନ୍ତି। ରାହୁଲଙ୍କ ଏଭଳି ଆରୋପ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଅରୁଣ ଜେଟଲିଙ୍କ ପରଲୋକ ଅଗଷ୍ଟ ୨୪, ୨୦୧୯ରେ ହୋଇଛି। ଜୁନ୍ ୨୦୨୦ରେ ଏକ ଅଧ୍ୟାଦେଶ ବଳରେ କୃଷି ଆଇନ ଆଣିଥିଲେ କେନ୍ଦ୍ର ସରକାର। ସେପ୍ଟେମ୍ୱରରେ ସଂସଦରେ ପାରିତ ହେଲା ଆଇନ। ତା ହେଲେ ରାହୁଲ ଗାନ୍ଧୀଙ୍କୁ କଅଣ ସ୍ୱର୍ଗରୁ ଆସି ନା ସ୍ୱପ୍ନରେ ଜେଟଲି ଧମକାଇଲେ ବୋଲି ପଚାରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଜେଟଲିଙ୍କ ପରିବାର, ବିଜେପି ଓ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ। ଅରୁଣଙ୍କ ପୁଅ ରୋହନ ଜେଟଲି ବି ଏଭଳି ମନ୍ତବ୍ୟରେ ବ୍ୟଥିତ ହୋଇଛନ୍ତି। ରାହୁଲ ଏମିତି କଥା କହିବା ବେଳେ ଟିକେ ନିଜ ବ୍ରେନ୍ ଖଟାନ୍ତୁ।

ସମ୍ମିଳନୀରେ ଉଦବୋଧନ ଦେବାର ଅବ୍ୟବହିତ ଆଗରୁ ରାଜା ହେବ ତ ରାହୁଲ ଭଳି ନାରାକୁ ଦେଖି ଏହାକୁ ବିରୋଧ କରିଥିଲେ ରାହୁଲ। ସେ ରାଜା କନସେପ୍ଟକୁ ବିରୋଧ କରନ୍ତି। ଏହି ଅବସରରେ ଭୋଟିଂ ସିଷ୍ଟମରେ ଗଡ଼ବଡ଼ି ନେଇ ୨୦୧୪ରେ କେମିତି ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରେ କଂଗ୍ରେସକୁ ଗୋଟିଏ ବି ସିଟ୍ ମିଳିଲାନି ବୋଲି ଏହାର ନଜିର ଥୋଇଥିଲେ। ଭୋଟ ଗଡ଼ବଡି କଥା କହିବାରୁ ଲୋକେ ପ୍ରମାଣ ମାଗୁଥିଲେ। ଆଉ ମହାରାଷ୍ଟ୍ରରେ ଭୋଟ ଗଡ଼ବଡ଼ିର ବଡ଼ ପ୍ରମାଣ ମିଳିଲା। ଲୋକସଭା ନିର୍ବାଚନ ଜିତିଲା କଂଗ୍ରେସ। କିନ୍ତୁ ୪ ମାସ ପରେ କେବଳ କଂଗ୍ରେସ ପରାଜିତ ହେଲାନି, ବରଂ ପୁରା ସଫା ହୋଇଗଲା। ଅଚାନକ ୩ଟି ଦଳ ଗାଏବ ପରେ ଲୋକସଭା ଓ ବିଧାନସଭା ଭିତରେ ୧ କୋଟି ନୂଆ ଭୋଟର ସାମ୍ନାକୁ ଆସିଥିଲେ। ଅଧିକତର ଭୋଟ ବିଜେପିକୁ ଗଲା। ଦେଶରେ ନିର୍ବାଚନ ବ୍ୟବସ୍ଥା ପୂର୍ବରୁ ହିଁ ଖତମ ହୋଇସାରିଛି। ମୋଦି ପ୍ରଧାନମନ୍ତ୍ରୀ ହେବା ପଛର ରହସ୍ୟ – ୭୦ରୁ ୮୦ ଆସନରେ ରିଗିଂ ହୋଇଥିଲା। ସାଢ଼େ ୬ଲକ୍ଷ ଭୋଟରଙ୍କ ଭିତରୁ ଦେଢ଼ ଲକ୍ଷ ଭୋଟର ଫେକ୍ ଥିଲେ। ଏଆଇସିସି ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି, ନିର୍ବାଚନ ଆୟୋଗ ମୋଦିଙ୍କ ସଖିକଣ୍ଢେଇ ସାଜିଛନ୍ତି।ସେପଟେ ବିହାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଏସଆଇଆର କେମିତି ଘୋଟାଲା ଓ ଭୋଟ ଚୋରୀର ପାହାଡ଼, ପ୍ରେସମିଟ୍ କରି ତାହାର ଅବତାରଣା କରିଛନ୍ତି। ଡ୍ରାଫ୍ଟ ଭୋଟର ତାଲିକାରେ ତେଜସ୍ୱୀଙ୍କ ନାଁ ହିଁ ନାହିଁ। ସେ କେମିତି ନିର୍ବାଚନ ଲଢ଼ିବେ ବୋଲି ପଚାରିଛନ୍ତି। ଏହାର ଅର୍ଥ ସେ ଭାରତର ନାଗରିକ ନୁହଁନ୍ତି। ପ୍ରତି ବିଧାନସଭା ଆସନରେ ୨୦ରୁ ୩୦ହଜାର ନାଁ ହଟାଇ ଦିଆଯାଇଛି। ଏମିତିରେ ଏସଆଇଆର ବା ସ୍ପେଶିଆଲ ସ୍ପେଶିଆଲ ଇଣ୍ଟେନସିଭ୍ ରିଭିଜନ ଅଫ୍ ଇଲେକ୍ଟୋରାଲ ରୋଲସ ପ୍ରତ୍ୟାହାର ଦାବିରେ ସଂସଦରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ ଦଳ। ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି। ହଟ୍ଟଗୋଳରୁ ସଂସଦ ସୁରୁଖୁରୁରେ ଚାଲିପାରୁନି। ସୋମବାର ଗୃହ ଆରମ୍ଭ ମାତ୍ରେ ଏସଆଇଆର ଝଡ଼ ପୁଣି ଗୃହକୁ ଅଚଳ କରିବାର ଯଥେଷ୍ଟ ଆଶଙ୍କା କରାଯାଉଛି। ବିରୋଧୀ ସଦସ୍ୟ ଏସଆଇଆର ଉପରେ ବିନା ବିଳମ୍ୱରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିସାରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now