ନଦୀରେ ବୁଡ଼ିଗଲେ ୬ ଭାଇଭଉଣୀ। ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଗଲେ। ଗୁଜରାଟର ମେସୋ ନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକଙ୍କ ବୟସ ୧୪ରୁ ୨୧ ଭିତରେ। ମୃତକଙ୍କ ଭିତରେ ୪ ଝିଅ ଥିଲା ବେଳେ ୨ ପୁଅ ଅଛନ୍ତି। ଛୁଟି କାଟିବାକୁ ମହମୁଦାବାଦସ୍ଥିତ କନିଜ ଗାଁରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଦ୍ୱିପ୍ରହରରେ କନିଜ ପାଖ ଦେଇ ଯାଉଥିବା ମେସୋ ନଦୀରେ ଗାଧୋଇବା ବେଳେ ଜଣକ ପରେ ଜଣେ ଭାସି ଯାଇଥିଲେ। ଆଉ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପୁଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ସେପଟେ ଆନ୍ଧ୍ରରେ ଭାରସାମ୍ୟ ହରାଇ ଦୋକାନ ଘରକୁ କାର୍ ପିଟିବାରୁ ୫ ମେଡିକାଲ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସଂପୃକ୍ତ ଦୋକାନୀଙ୍କ ବି ମୃତ୍ୟୁ ହୋଇଛି। ଆନ୍ଧ୍ର ନେଲୋର ଜିଲ୍ଲା ପୋଥିରେଡିପାଲମରେ ଏଭଳି ଦୁର୍ଘଟଣା ଘଟିଛି। ମୁମ୍ୱାଇ ହାଇଓ୍ୱେ କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡ଼ିଯାଇଥିଲା କାର୍। କାରରେ ଥିବା ୬ ମେଡିକାଲ ଛାତ୍ର ନିଜ ସାଙ୍ଗର ନିର୍ବନ୍ଧ ସମାରୋହରେ ସାମିଲ୍ ହୋଇ ଫେରୁଥିଲା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତକ ନେଲୋରର ନାରାୟଣ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଜଣେ ଛାତ୍ର ନବନୀତ ଶଙ୍କରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।


Naxatra News is now on Whatsapp
Join and get latest news update delivered to you via whatsapp
Join Now