ପୁଲିସ ଡରରେ ଫ୍ଲାଏଓଭରରୁ ଡେଇଁପଡ଼ିଲେ ପ୍ରେମୀଯୁଗଳ-ଯୁବତୀ ମୃତ

ୟୁପିର ସହରାନପୁରରେ ଫ୍ଲାଏଓଭରରୁ ଡେଇଁଲେ ପ୍ରେମୀ ଯୁଗଳ। ଏଥିରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ବୟଫ୍ରେଣ୍ଡ ଗୁରୁତର ଆହତ ହୋଇଛନ୍ତି। ମେ ୧୨ରୁ ପ୍ରେମୀଯୁଗଳ ଘରୁ ଫେରାର୍ ହୋଇଯାଇଥିଲେ। ଯୁବକ ହର୍ଷିତ ଉପରେ ଅପହରଣର ଅଭିଯୋଗ କରିଥିଲେ ଝିଅ ପରିବାର। ପୁଲିସ ହର୍ଷିତ ତ୍ୟାଗୀଙ୍କୁ ସେବେଠୁ ଖୋଜୁଥିଲା। ତେବେ ଏମାନଙ୍କ ପିଛା କରି କିଛି ଲୋକ ଏମାନଙ୍କ ଉପରକୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଗୁଳି ମାଡ଼ରେ ଯାଉଥିବା କାରର ଚକା ଫାଟି ଯାଇଥିଲା। ଆଉ ଜୀବନ ବିକଳରେ ଏମାନେ ଦେଓବନ୍ଦ ଫ୍ଲାଇଓଭରରୁ ୪୦ ଫୁଟ୍ ଉଚ୍ଚରୁ ଡେଇଁ ପଡ଼ିଥିଲେ। ତେବେ ଏମାନଙ୍କ ଉପରକ କୌଣସି ଫାୟାରିଂ ହୋଇଥିବା ଘଟଣାକୁ ପୁଲିସ ଅସ୍ୱୀକାର କରିଛି। ପୁଲିସ ନା ଆଉ କେହି ଏହି ପ୍ରେମୀଯୁଗଳ ଉପରକୁ ଗୁଳି କରିଛି, ତାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। କାରଣ ଦୁହିଁଙ୍କ ପିଛା କରୁଥିଲା ପୁଲିସ। ନିଜ ପ୍ରେମିକାକୁ ନେଇ ରୁଡକି, ହରିଦ୍ୱାର ସମେତ ଅନେକ ଜାଗାରେ ଲୁଚିକି ରହୁଥିଲେ ହର୍ଷିତ। ମଙ୍ଗଳବାର ସଂଧ୍ୟାର ଘଟଣା। ଏକ ଇକୋ କାରରେ ଦୁହେଁ ସହାରନପୁରରୁ ମୁଜାଫରନଗର ଯାଉଥିଲେ। ଯେତେବେଳେ ଫ୍ଲାଏଓଭର ଉପରେ ପହଞ୍ଚିଥିଲେ, କାରର ଆଗ ଚକ ଫାଟିଯାଇଥିଲା। କାର୍ ଦୁର୍ଘଟଣାଗ୍ରସ୍ତ ମାତ୍ରେ ଦୁହେଁ କାରରୁ ଓହ୍ଲାଇ ଫ୍ଲାଏଓଭରରୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମୁଜାଫରନଗର ହସ୍ପିଟାଲକୁ ନେବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଗଲା। ଆଉ ହର୍ଷିତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହର୍ଷିତ କହିଛନ୍ତି, ତାଙ୍କୁ ପିଛା କରୁଥିଲା ପୁଲିସ। ପୁଲିସ ଡରରେ ସେମାନେ ଡେଇଁ ପଡ଼ିଥିଲେ ତଳକୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *