ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ବଡ଼ ଧରଣର ତୃଟି। ସଲମାନଙ୍କ ଆପାର୍ଟମେଣ୍ଟରେ ଜବରଦସ୍ତି ପଶିଗଲେ ଜଣେ ଯୁବକ ଓ ଜଣେ ମହିଳା। ମହିଳାଙ୍କୁ ମୁମ୍ୱାଇ ପୁଲିସ ଗିରଫ କରିଛି। ଏମିତିରେ ଭାଇଜାନଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ଜୀବନରେ ମାରିଦେବାକୁ ନିରନ୍ତର ଧମକ ମିଳୁଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପଶିବାକୁ ଚେଷ୍ଟା ବେଳେ ମହିଳାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ମେ ୨୦ରେ ଜଣେ ଅଜ୍ଞାତ ଯୁବକ ବି ସଲମାନଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା। ଜିତେନ୍ଦ୍ର ସିଂ ନାମକ ଯୁବକକୁ ପୁଲିସ ଗିରଫ କରିଛି। ଜିତେନ୍ଦ୍ରର ଘର ଛତିଶଗଡ଼ରେ। ଆଉ ଏହାର ଦିନକ ପରେ ମେ ୨୧ରେ ଅର୍ଥାତ୍ ଗତକାଲି ଜଣେ ମହିଳା ଆପାର୍ଟମେଣ୍ଟର ଫ୍ଲାଟ୍ ଯାଏ ପହଞ୍ଚିସାରିିଥିଲେ। ପୁଲିସ ଦୁହିଁଙ୍କୁ ପଚରାଉଚୁରା କରୁଛି। ଜିତେନ୍ଦ୍ରକୁ ମେ ୨୦ ତାରିଖ ଦିନ ସୁରକ୍ଷାକର୍ମୀ ସକାଳେ ରୋକିଥିଲେ। ଆଉ ସେଠାରୁ ଚାଲିଯିବାକୁ କହିଥିଲେ। କିନ୍ତୁ ସେଠାରୁ ଯିବା ବଦଳରେ ହଙ୍ଗାମା କରିଥିଲା ଯୁବକ ଜଣକ। ନିଜ ଫୋନ୍ ତଳେ ପିଟି ଭାଙ୍ଗିଦେଇଥିଲା। ଆଉ ସଂଧ୍ୟାରେ ବିଲଡିଂରେ ରହୁଥିବା ଜଣେ ବ୍ୟକ୍ତିର କାରରେ ପଶି ଭିତରକୁ ଯାଇଥିଲା। ସଂଧ୍ୟାରେ ଯୁବକକୁ ପୁଲିସ ଧରିଥିଲା। ବାନ୍ଦ୍ରା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଗିରଫ ଯୁବକ ଜିତେନ୍ଦ୍ର ସଫେଇ ଦେଇଛି ଯେ, ସେ ସଲମାନ ଖାନଙ୍କୁ ଭେଟିବାକୁ ଚାହୁଁଥିଲା। କିନ୍ତୁ ପୁଲିସ ତାଙ୍କୁ ଭେଟିବାକୁ ଦେଲାନି। ସେଥିଲାଗି ସେ ଲୁଚିିକି ଯିବାକୁୁ ଚାହୁଁଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now