ମହାରାଷ୍ଟ୍ରରେ ୧୬୦ ଆସନରେ ଜିତାଇବାକୁ ମିଳିଥିଲା ଗ୍ୟାରେଣ୍ଟି ଅଫର୍- ଶରଦ ପାଓ୍ୱାର

ରାହୁଲଙ୍କ ପରେ ଶରଦ ପାଓ୍ୱାର ଭୋଟ ଚୋରୀକୁ ନେଇ ବୋମା ପକାଇଛନ୍ତି। ଏନସିପି-ଏସପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟିଂ ପୂର୍ବରୁ ତାଙ୍କୁ ଦୁଇ ଜଣ ଭେଟି ୧୬୦ ସିଟରେ ଜିତାଇଦେବୁ ବୋଲି ଅଫର୍ ଦେଇଥିଲେ। ମୋଟ୍ ୨୮୮ ଆସନରୁ ସେ ୧୬୦ ଆସନରେ ଗ୍ୟାରେଣ୍ଟି ଜିତ୍ ବୋଲି ଅଫର୍ ଦେଇଥିଲେ। ଟଙ୍କା ନେଇଥାଆନ୍ତେ ଓ ଜିତିବା ଥୟ ବୋଲି ଗ୍ୟାରେଣ୍ଟି ଦେଇଥିଲେ। ଭୋଟର ତାଲିକାରେ ମାନିପୁଲେସନ କରି ଏହି ଜିତ୍ ଆରାମରେ ହୋଇପାରିବ ବୋଲି କହିଥିଲେ। ସେ ଦୁଇଜଣଙ୍କୁ ସେ ରାହୁଲଙ୍କ ସହ ଭେଟ କରାଇଥିଲେ। କିନ୍ତୁ ଏ ଅଫର୍ ନେବାକୁ ମନା କରିଦେଇଥିଲେ ରାହୁଲ। ସେ ବି ଏଭଳି ଅଫର ନେବାକୁ ବାରଣ କରିଦେଇଥିଲେ ବୋଲି କହିଛନ୍ତି ଶରଦ। ଏବେ ଜଣାପଡ଼ୁଛି, ଭୋଟ ରିଗିଂ ହୋଇଥିଲା। ନିର୍ବାଚନ କମିଶନଙ୍କ ଉପରେ ସେତେବେଳେ ଭରସା ଥିବାରୁ ସେ ଏଭଳି ଅଫର୍ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାକୁ ନେଇ ଶିବସେନା ନେତ୍ରୀ ସାଇନା ଏନସି ଶରଦଙ୍କୁ ସମାଲୋଚନା କରିଛନ୍ତି। ଶରଦ ପାଓ୍ୱାର ଜଣେ ଭେଟେରାନ ନେତା। ଫିଲ୍ମ ସ୍କ୍ରିପ୍ଟ ଭଳି ଏଭଳି କହିବା ଶୋଭା ପାଏନା। ଯେଉଁ ଦୁଇ ଜଣ ଆସିଥିଲେ, ତାଙ୍କ ପରିଚୟ ନ ଜାଣି, ସେମାନଙ୍କ ଠିକଣା ନ ପଚାରି କେମିତି ରାହୁଲଙ୍କ ପାଖକୁ ନେଇକି ଯାଇଥିଲେ। ନିର୍ବାଚନର ୮ ମାସ ପରେ ଅଚାନକ ଉଠି ଏଭଳି ଆରୋପ ଲଦିବା ହାସ୍ୟାସ୍ପଦ। ଲୋକତନ୍ତ୍ରରେ ନିର୍ବାଚନ କମିଶନ ନିଜ କାମ କରୁଛନ୍ତି। ଭୋଟର ତାଲିକାରେ ଯେମିତି ସ୍ୱଛତା ରହିବ, ସେ ଦିଗରେ ନିର୍ବାଚନ କମିଶନ ନିଜ ଦାୟିତ୍ୱ ତୁଲାଉଛନ୍ତି। ଯଦି ଅଭିଯୋଗ ଓ ପ୍ରମାଣ ରହିଛି, ତାହେଲେ କୋର୍ଟ ଯାଆନ୍ତୁ ନଚେତ ନିର୍ବାଚନ କମିଶନଙ୍କ ପାଖରେ ଆପତ୍ତି ଜାହିର କରିଥାଆନ୍ତେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *