ଶ୍ରୀଲଙ୍କାରେ ହାହାକାର- ବନ୍ୟା,ଭୂସ୍ଖଳନ ବିପତ୍ତିରେ ଆଉଟୁପାଉଟୁ

ଶ୍ରୀଲଙ୍କାରେ  ଭୟଙ୍କର ବନ୍ୟା। ବାତ୍ୟା ଦିତଓ୍ୱାର ତାଣ୍ଡବ ଦେଖିବାକୁ ମିଳିଛି। ବାତ୍ୟା ପରବର୍ତ୍ତୀ ବନ୍ୟାରେ ୫୬ ଜଣଙ୍କ ମୃତ୍ୟୁ ସହ ୬୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। କେବଳ ଗଲା ୭୨ ଘଣ୍ଟା ଭିତରେ ୪୬ ଜଣଙ୍କ ଜୀବନ ଯାଇଛି। ଶ୍ରୀଲଙ୍କାରେ ଲଗାତାର ବର୍ଷାରୁ ବନ୍ୟା। ଆଉ ତା ସାଙ୍ଗକୁ ଭୂସ୍ଖଳନ ବିପତ୍ତି। ପୁରା ଆୟରଲ୍ୟାଣ୍ଡରେ ସମସ୍ତ ଜଳଭଣ୍ଡାରର ସ୍ପିଲ୍ ଗେଟ୍ ଖୋଲିଦେବାରୁ ବନ୍ୟାବିପତ୍ତି ବଢ଼ିଛି। ଶତାଧିକ ଘର ଭାସିଯାଇଛି। ଶ୍ରୀଲଙ୍କାର ମଧ୍ୟ ପର୍ବତୀୟ ଅଞ୍ଚଳରେ ଅବସ୍ଥା ଗମ୍ଭୀର ରହିଛି। ଅନେକ ଘର ମାଟିରେ ମିଶିଯାଇଛି। ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।  ରେଲଓ୍ୱେ ଟ୍ରାକ୍ ଉପରେ ଅବଶିଷ୍ଟାଂଶ ଜମି ରହିଛ। ରାଜଧାନୀ କଲମ୍ୱୋ ଓ ଅନେକ ଜିଲ୍ଲାରେ ଗମନାଗମନ ଠପ୍ ହୋଇପଡ଼ିଛି। ବାଦୁଲ୍ଲା ଓ ନୁଓ୍ୱାରା ଏଲିଆ ଭଳି ଚା ଉତ୍ପାଦନ କ୍ଷେତ୍ରରେ ଲଗାତାର ଭୂସ୍ଖଳନ ହୋଇଛି। ପ୍ରାକୃତିକ ବିପତ୍ତିରେ ସନ୍ତୁଳିତ ହୋଇଗଲାଣି ଶ୍ରୀଲଙ୍କା। ସମସ୍ତ ସରକାରୀ ଅଫିସ ଓ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଜଳାଶୟର ଜଳସ୍ତର କ୍ରମାଗତ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସରକାର। ରେସକ୍ୟୁ ଅପରେସନରେ ବାୟୁସେନା ଓ ନୌସେନା ମୁତୟନ ଅଛନ୍ତି। ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଛି। ଅନେକ ଗାଁ ଏବେ ବି ପାଣିଘେରରେ ରହିଛି। ଆସନ୍ତା ୪୮ ଘଣ୍ଟାରେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି। କାରଣ ଆହୁରି ୨ ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଆଜି ସକାଳେ ବାତ୍ୟା ଦିତଓ୍ୱା ଶ୍ରୀଲଙ୍କାର ତ୍ରିଙ୍କୋମାଲି ପାଖରେ ରହିଛି। ଶ୍ରୀଲଙ୍କା ଏୟାରଲାଇନ୍ସ କହିଛି, ଯେହେତୁ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ଯାଏ ରହିବ। ସେଥିଲାଗି ବିମାନ ଭାରତର କୋଚି ଓ ତ୍ରିଭେନ୍ଦ୍ରମ, ଦକ୍ଷିଣ ପ୍ରାନ୍ତର ମଟ୍ଟାଲା ଏୟାରପୋର୍ଟକୁ ଡାଇଭର୍ଟ କରିଦିଆଯାଇଛି। ଆଜି ସକାଳ ୬ରୁ ଆଗାମୀ ସୂଚନା ଆସିବା ଯାଏଁ ସମସ୍ତ ରେଳ ସର୍ଭିସକୁ ରୋକ୍ ଲଗାଇ ଦିଆଯାଇଛି। ସେଣ୍ଟ୍ରାଲ ସହର ଗମ୍ପୋଲାରେ ରେଲଓ୍ୱେ ଷ୍ଟେସନ ପୁରା ବୁଡ଼ିଯାଇଛି। ଅନେକ ଡବା ପାଣିରେ ଫସିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *