ନିଜ ଗାର୍ଲଫ୍ରେଣ୍ଡକୁ ଏକ ସୁଟକେସରେ ଲୁଚାଇଦେଇଥିଲେ ବୟଫ୍ରେଣ୍ଡ୍। ଉଦ୍ଦେଶ୍ୟ ଥିଲା କେହି ଯେମିତି ଜାଣିପାରିବେନି। ଆଉ ଗାର୍ଲଫ୍ରେଣ୍ଡକୁ ନେଇ ନିଜ ବୟଜ ହଷ୍ଟେଲ ନେଇପାରିବେ। କିନ୍ତୁ ସୁଟକେସ୍ ଉଠାଇବା ବେଳେ ଗାର୍ଲଫ୍ରେଣ୍ଡ୍ ଚିଲାଇଥିଲେ। ଆଉ ଚିତ୍କାର ଶୁଣି ସୁରକ୍ଷାକର୍ମୀ ଧରିଦେଲେ। ଏଭଳି ଅଜବ କଥାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜୋରଦାର ଟ୍ରେଣ୍ଡିଂ କରୁଛି। ଯେମିତି ସୁଟକେସକୁ ହଷ୍ଟେଲକୁ ନେବାକୁ ଚେଷ୍ଟା କରୁଥିଲା ଯୁବକ। କିନ୍ତୁ ଏ ଉଦ୍ୟମ ଫସର ଫାଟିଗଲା। ହଷ୍ଟେଲ ଗେଟ୍ ରେ ଗାର୍ଡ ସୁଟକେସ ଯାଞ୍ଚ ମାତ୍ରେ ଯୁବତୀ ଜଣକ ବାହାରିଥିଲେ। ତେବେ ଏଭଳି ଭିଡିଓ ଭାଇରାଲ ପରେ କେଉଁ ୟୁଜର୍ସ ଏହାର ମଜା ନେଉଛନ୍ତି ତ କିଏ ଏହାକୁ ଗମ୍ଭୀରତାର ସହ ବିଚାର କରୁଛି। କିଛି ୟୁଜର୍ସ ଏହାକୁ ମିଶନ ଇମ୍ପୋସିବୁଲ ବୟଜ ହଷ୍ଟେଲ ଏଡିସନ ବୋଲି କହୁଛନ୍ତି ତ କିଏ କହୁଛି ପ୍ରେମ ପାଇଁ ମଣିଷ କିଛି ବି କରିପାରେ ବୋଲି କହିଛି। ଆଉ କିଛି ୟୁଜର୍ସ ଏହାକୁ ସୁରକ୍ଷା ଓ ଅନୁଶାସନରେ ଢିଲା ବୋଲି ଦର୍ଶାଇଛନ୍ତି। ତେବେ ଏହା କଲେଜ ନା ହଷ୍ଟେଲ ଘଟଣା, ଏହାର ପୁଷ୍ଟି ହୋଇନି। ମାମଲାର ଯାଞ୍ଚ ଆରମ୍ଭ ହୋଇଛି। ଆଉ ଏଥିଲାଗି କିଏ ଦାୟୀ, ତାକୁ ତନାଘନା କରାଯାଉଛି। ହରିୟାଣାର ଏକ ଘରୋଇ .ୟୁନିଭରସିଟିର ଘଟଣା ବୋଲି କୁହାଯାଉଛି। ଓପି ଜିନ୍ଦଲ ୟୁନିଭରସିଟିର ଘଟଣା ବୋଲି ଚର୍ଚ୍ଚା ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now