ମହାରାଷ୍ଟ୍ରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାଓ୍ୱାର

ସର୍ବସମ୍ମତି କ୍ରମେ ଏନସିପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ପରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନେତ୍ରା ପାଓ୍ୱାର। ଠିକ୍ ୫ଟାରେ ଲୋକଭବନରେ ଶପଥ ନେଇଛନ୍ତି। ଲୋକଭବନରେ ଆୟୋଜିତ ଶପଥ ସମରୋହରେ ରାଜ୍ୟପାଳ ସୁନେତ୍ରାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ଥିଲେ। କୁହାଯାଉଛି, ଅର୍ଥ ଓ ଯୋଜନା ବିଭାଗକୁ ଛାଡ଼ିକି ଅଜିତ ପାଓ୍ୱାରଙ୍କ ପାଖରେ ଯେଉଁ ସବୁ ବିଭାଗ ଥିଲା, ସେ ସବୁ ବିଭାଗର ଦାୟିତ୍ୱ ସମ୍ଭାଳିବେ ସୁନେତ୍ରା। ଅଜିତ ପାଓ୍ୱାରଙ୍କ ପାଖରେ ଅର୍ଥ ଓ ଯୋଜନା, ରାଜ୍ୟ ଉତ୍ପାଦ ଶୁଳ୍କ, କ୍ରୀଡ଼ା ଓ ସଂଖ୍ୟାଲଘୁ ବିଭାଗ ଥିଲା। ଲୋକଭବନ ପହଞ୍ଚିବା ପୂର୍ବରୁ ଅଜିତ ପାଓ୍ୱାରଙ୍କ ପ୍ରତିମାରେ ଫୁଲ ଚଢ଼ାଇଥିଲେ ସୁନେତ୍ରା।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *