ଗଳାରେ ମାଳା ପିନ୍ଧାଇବା ସମୟରେ ଚାପୁଡ଼ା ମାରିଲେ। ରାଏବରେଲିରେ ସ୍ୱାମୀ ରାମପ୍ରସାଦ ମୌର୍ଯ୍ୟଙ୍କୁ ଚାପୁଡ଼ା ମାରି ଖସିଯିବାକୁ ଚେଷ୍ଟା କରିଥିଲେ ଯୁବକ ଜଣକ। କିନ୍ତୁ ମୌର୍ଯ୍ୟଙ୍କ ସମର୍ଥକଙ୍କ ହାବୁଡ଼ରୁ ଖସିପାରିନଥିଲେ। ଚାପୁଡ଼ା ମାରିଥିବା ଯୁବକକୁ ନିର୍ଧୁମ ଛେଚିଥିଲେ ସମର୍ଥକ। ସମର୍ଥକଙ୍କ ସଂଘବଦ୍ଧ ଆକ୍ରମଣରୁ ଯୁବକକୁ ମୁକୁଳାଇବାକୁ ଯେତେ ଚେଷ୍ଟା କଲେ ବି ପୁଲିସ ନାକେଦମ୍ ହୋଇପଡ଼ିଥିଲା। ସଂପୃକ୍ତ ଯୁବକ କର୍ଣ୍ଣି ସେନାର ବୋଲି ଅଭିଯୋଗ ହେଉଛି। ଯୁବକ ଜଣକ ଲହୁଲୁହାଣ ହୋଇଯାଇଥିଲେ। କହିଥିଲେ, ଯିଏ ସନାତନ ଧର୍ମକୁ ଆକ୍ଷେପ କରିବ ଏମିତି ପରିଣତି ଭୋଗିବ। ମୌର୍ଯ୍ୟ ବ୍ରାହ୍ମଣବାଦକୁ ବିରୋଧ କରୁଥିବାରୁ ଚାପୁଡ଼ା ମାରିଲି। ଆକ୍ରମଣକାରୀ ଯୁବକର ନାଁ ରୋହିତ ଦ୍ୱିବେଦୀ। ନିଜକୁ କର୍ଣ୍ଣି ସେନାର ବୋଲି କହିଛନ୍ତି ରୋହିତ। ଏଭଳି ଆକ୍ରମଣକୁ ନେଇ ମୌର୍ଯ୍ୟ କହିଛନ୍ତି, ପୁଲିସ ଉପସ୍ଥିତିରେ ଗୁଣ୍ଡା ମାଫିଆ ତାଙ୍କୁ ଆକ୍ରମଣ କଲେ। ଏଥିରୁ ସ୍ପଷ୍ଟ ଯୋଗୀ ସରକାର ଅମଳରେ ଅପରାଧୀଙ୍କୁ କେମିତି ସ୍ୱୀକୃତି ଦିଆଯାଇଛି, ଏହା ହିଁ ଅରାଜକତାର ପ୍ରମାଣ ଦେଉଛି। ୟୁପିରେ ଜଙ୍ଗଲରାଜର ପ୍ରମାଣ।

Naxatra News is now on Whatsapp
Join and get latest news update delivered to you via whatsapp
Join Now