ବନ୍ୟାଜଳରେ ବୁଡି ମହିଳାଙ୍କ ମୃତ

Spread the love

ପୁରୀ: ପୁରୀ ଗୋପ ଥାନା ଅନ୍ତର୍ଗତ ରହଁlଙ୍ଗଗୋରଡ ଗାଁରେ ଅଘଟଣ। ବନ୍ୟା ଜଳରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବାହାଦୁର ମହାରଥୀଙ୍କ ଝିଅ ବବିତା ମହାରଥୀ l ଆଜି ସକାଳେ ଶୌଚ ହେବାକୁ ଯାଇ ବନ୍ୟା ଜଳରେ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି ୩୮ ବର୍ଷୀୟା ମହିଳା ବବିତା ମହାରଥୀ l ମୃତ ମହିଳା ଜଣକ ଦୀର୍ଘ ୫ ବର୍ଷ ହେବ ପାରିବାରିକ ବିବାଦକୁ ନେଇ ବାପ ଘରେ ରହୁଥିବା ବେଳେ ତାଙ୍କର ଗୋଟିଏ ୫ ବର୍ଷର ଶିଶୁ ପୁତ୍ର ସାଇଶ୍ରୀ ମହାରଥୀ ଥିବା ସୂଚନା ମିଳିଛି l ଗୋପ ବ୍ଲକର ୯ଟି ପଞ୍ଚାୟତରେ  ବନ୍ୟାଜଳ ଧୀରେ ଧୀରେ କମୁଥିବା ବେଳେ ଏବେ ବି ଅନେକ ଗାଁ ବନ୍ୟା ଜଳରେ ବୁଡି ରହିଛି। 

Leave a Reply

Your email address will not be published. Required fields are marked *