ଅଟୋକୁ ନେଇ ଚାରିଆଡେ ଚର୍ଚ୍ଚା। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏକ ଅଟୋର ଭିଡିଓ। ସାଧାରଣତଃ ଗୋଟେ ଅଟୋରେ ୩ ରୁ ୪ ଜଣ ଯାତ୍ରୀ ବସିଥାନ୍ତି। ହେଲେ ଆପଣଙ୍କ ନଜରରେ କେବେ ଆସିଛିକି ଗୋଟିଏ ଅଟୋରେ ୭ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବାର। ହଁ ଏହା ସମ୍ଭବ। ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ୨୭ ଯାତ୍ରୀ ଯାତ୍ରା କରୁଛନ୍ତି। କଥାଟା ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫତେହପୁରରେ।
ସୂଚନା ଯୋଗ୍ୟ ଯେ, ଅତି ଦ୍ରୁତ ଗତିରେ ଯାଉଥିଲା ବେଳେ ଟ୍ରାଫିକ ପୋଲିସ ଏକ ଅଟୋକୁ ଅଟାକାଇ ଥିଲେ। । ଏହାପରେ ଏହି ଓଟୋକୁ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନାଁ ଏହି ଅଟୋ ଓଭୋରଲୋଡର ସବୁ ସୀମା ଟପି ଯାଇଥିଲା। ଅଟୋକୁ ଅଟକାଇ ପୋଲିସ ଯାତ୍ରୀମାନଙ୍କୁ ବାହାରିବାକୁ କହିବା ପରେ ଅଟୋରୁ ଜଣେ ପରେ ଜଣେ ଯାତ୍ରୀ ବାହାରୁଥିଲେ। ଯେତିକି ଯାତ୍ରୀ ବାହାରୁ ଥିଲେ ପୋଲିସର ଆଖି ସେତିକି ଟେରା ହୋଇଯାଉଥିଲା। ଅଟୋରେ ଡ୍ରାଇଭର ସମତେ ମୋଟ ୨୭ ଜଣ ଥିଲେ। ଯେଉଁଥିରେ ଅନେକ ପିଲା ମଧ୍ୟ ରହିଥିଲେ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now