୭ ବର୍ଷର ପିଲାକୁ ଖାଇଗଲା ବାଘ। ରାଜସ୍ଥାନର ରଣନ୍ଥଭୌରରେ ୭ ବର୍ଷର ପିଲାଟିକୁ ଝାମ୍ପିନେଇଥିଲା ବାଘ। ପିଲାଟି ବେକରେ ପଞ୍ଝା ରଖି ଜଙ୍ଗଲରେ ବସିଥିଲା। ନିଜ ଜେଜେମା ସହ ତ୍ରିନେତ୍ର ଗଣେଶଙ୍କ ଦର୍ଶନ କରିବାକୁ ଯାଇଥିଲା ପିଲାଟି। ରଣନ୍ଥଭୌର ଜାତୀୟ ଉଦ୍ୟାନରେ ତ୍ରିନେତ୍ର ଗଣେଷ ମନ୍ଦିର ପାଖରେ ଏଭଳି ଅଘଟଣ ଘଟିଛି। ବନ ବିଭାଗ ପରେ ପିଲାଟିର ଶବକୁ ଜବତ କରି ପରିବାରକୁ ହସ୍ତାନ୍ତର କରିଛି। ମେ ୧୭ରେ ପିଲାଟିର ଦାଦାର ବାହାଘର ସ୍ଥିର ହୋଇଥିଲା। ବିବାହ ନିମନ୍ତ୍ରଣ କାର୍ଡ ଆଗ ଗଣେଶ ମନ୍ଦିରକୁ ଦେବାକୁ ପରିବାର ସହ ଆସିଥିଲା ପିଲାଟି। ଏହି ଘଟଣା ପରେ ରଣନ୍ଥଭୌର ଦୁର୍ଗ ଓ ଗଣେଶ ମନ୍ଦିର ଯିବା ରାସ୍ତାକୁ ୫ ଦିନ ଲାଗି ସିଲ୍ କରିଦିଆଯାଇଛି। ବାଘ ନୁହେଁ, ବରଂ ବାଘୁଣୀ କନକଟି ଏହା କରିଛି ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ଯିଏ ରଣନ୍ଥଭୌରର ପ୍ରସିଦ୍ଧ ବାଘୁଣୀ ଟି-୮୪ ଓ ବାଘ ଟି-୧୨୦ର ସନ୍ତାନ ଅଟେ। ଦୁଇ ବର୍ଷର ବାଘ ଛୁଆ ପିଲାଟିର ଜୀବନ ନେବା ପରେ ସବୁଠି ଆଶଙ୍କାର ମାହୋଲ ଖେଳିଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now