ପହଲଗାମ ଆତଙ୍କି ଆକ୍ରମଣକୁ ନେଇ ଟିକାୟତ ଭ୍ରାତା ଦେଇଛନ୍ତି ବିବାଦୀୟ ବୟାନ। ଜଣେ ହେଲେ ରାକେଶ ଟିକାୟତ ଓ ଆଉ ଜଣେ ହେଲେ ନରେଶ ଟିକାୟତ। ରାକେଶ ହେଉଛନ୍ତି, ଭାରତୀୟ କିଷାନ ୟୁନିଅନର ରାଷ୍ଟ୍ରୀୟ ପ୍ରବକ୍ତା। ରାକେଶ କହିଛନ୍ତି, ଆତଙ୍କି ଆକ୍ରମଣରେ କାହାକୁ ଫାଏଦା ମିଳିଛି। କିଏ ହିନ୍ଦୁ-ମୁସଲିମ ହେଉଛି। ଏହାର ଜବାବ ଆକ୍ରମଣକାରୀଙ୍କ ପାଖରେ ରହିଛି। ଅସଲ ଚୋର ତ ଭାରତରେ ଅଛନ୍ତି। ପାକିସ୍ତାନରେ ନୁହେଁ। କଶ୍ମୀରର ବିକାଶ ବିଶେଷ କରି ଚାଷ ଓ ପର୍ଯ୍ୟଟନ କ୍ଷେତ୍ରରୁ ହୋଇଥାଏ। ଏଭଳି ଘଟଣାରୁ କଶ୍ନୀରି ବାସୀଙ୍କ ବିପୁଳ କ୍ଷତି ହେଲା। ଯାହାର ଲାଭ ହୋଇଛି, ଏ ସବୁ ଘଟଣାକ୍ରମ ସେମାନଙ୍କ ପେଟରେ ରହିଗଲା। ସେଥିଲାଗି ଅସଲ ଚୋରକୁ ଧରିବାର ଆବଶ୍ୟକତା ଅଛି। ରାକେଶ ନିଜର ଏହି ମନ୍ତବ୍ୟ ଭିଡ଼ିଓ ନିଜ ପୁଅ ଚରଣ ସିଂଙ୍କ ଫେସବୁକ ପେଜରେ ପ୍ରସାରିତ କରିଛନ୍ତି। ସେପଟେ ରାକେଶଙ୍କ ଭାଇ ନରେଶ ଟିକାୟତ ବି ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି। ନରେଶ ହେଉଛନ୍ତି ଭାରତୀୟ କିଷାନ ସଂଘର ଅଧ୍ୟକ୍ଷ। ସିନ୍ଧୁ ନଦୀର ପାଣିକୁ ପାକିସ୍ତାନକୁ ନ ଦେବା ନିଷ୍ପତ୍ତି ଠିକ୍ ନୁହେଁ ବୋଲି କହିଛନ୍ତି ନରେଶ। ରବିବାର ସହାରନପୁର ଜିଲ୍ଲାରେ ଏଭଳି କହିଛନ୍ତି ନରେଶ।ନରେଶଙ୍କ ଭଳି ବୟାନକୁ ନେଇ ବିବାଦ ତେଜିବାରୁ ସଫେଇ ଦେଇଛନ୍ତି ଯେ, ତାଙ୍କର ଛବି ଓ ଇତିହାସକୁ ମଳିନ କରିବାକୁ ଷଡ଼ଯନ୍ତ୍ର ହେଉଛି। ସେ ସଦା ଭାରତ ସହ ଅଛନ୍ତି। ପାଣି ଉପରେ ଜୀବଜନ୍ତୁଙ୍କ ବି ଅଧିକାର ରହିଛି। ଏହା ସମସ୍ତଙ୍କୁ ମିଳିବା ଦରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now