ଭିସିଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ପ୍ରୟାଗରାଜର ସାମ୍ ହିଗାନବୋଟମ ୟୁନିଭରସିଟି ଅଫ ଏଗ୍ରିକଲଚର ଟେକ୍ନୋଲୋଜି ଓ ସାଇନ୍ସର କୁଳପତି ବିନୋଦ ବିହାରୀ ଲାଲଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଚ ଓ ଅସାମାଜିକ ଆକ୍ଟିଭିଟି ଆକ୍ଟରେ ରୁଜୁ ଦୁଇଟି ମାମଲାକୁ ରଦ୍ଦ କରିଦେଲେ ସୁୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଏହି ଦୁଇଟି ଏତଲା ଆଇନ ପ୍ରକ୍ରିୟାକୁ ନିମ୍ନଗାମୀ ଲାଗି ଉଦ୍ଦିଷ୍ଟ ଛଡ଼ା ଆଉ କିଛି ନୁହେଁ। ଆଇନର ଠିକରେ ଅନୁପାଳନ ହୋଇନଥିବା ହୃଦବୋଧ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟର ରାୟକୁ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ବିନୋଦଙ୍କ ବିରୁଦ୍ଧରେ ଅପରାଧିକ ପ୍ରୋସିଡିଂ ରଦ୍ଦ ଲାଗି ମନା କରିଥିଲେ। ଏହା ସହ ଜାମିନବିହୀନ ଓ୍ୱାରେଣ୍ଟକୁ ବି ଖାରଜ କରିନଥିଲେ ହାଇକୋର୍ଟ। ଅନେକ ଲୋକଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରୁଥିବାର ଆରୋପ ରହିଥିଲା ବିନୋଦଙ୍କ ବିରୁଦ୍ଧରେ। ଖ୍ରୀଷ୍ଟ ଧର୍ମକୁ ଧର୍ମ ବଦଳାଇବାକୁୁ କୁଆଡ଼େ ବିନୋଦ ଓ ତାଙ୍କର କିଛି ସହକର୍ମୀ ଜୁଟିଥିଲେ ବୋଲି ଆରୋପ ଥିଲା। ବିଦେଶରୁ ପ୍ରାୟ ସାଢ଼େ ୩୪ କୋଟି ଟଙ୍କା ଫଣ୍ଡ ପାଇବା ସହ ଏହାକୁ ବେଆଇନ ଧର୍ମାନ୍ତରୀକରଣ କାମରେ ଦୁୁରୁପଯୋଗ କରୁଥିବାର ଆରୋପ ଲାଗିଥିଲା। ଏ ନେଇ ନୈନି ଓ ପ୍ରୟାଗରାଜରେ ଏତଲା ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now