ଲିପ୍ଟ ରୁ ଖସିପଡ଼ି ମହିଳା ମୃତ

ଉତ୍ତରପ୍ରଦେଶ ମେରଠର ଲୋହିଆ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ହସପିଟାଲରେ ଲିଫ୍ଟ ଖସିପଡିବା ଯୋଗୁଁ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ୨ ଜଣ ଷ୍ଟାଫଙ୍କ ସହିତ ୩ ଜଣ ଆହତ ହୋଇଛନ୍ତି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ହସପିଟାଲରେ ଭଙ୍ଗାରୁଜା କରିଛନ୍ତି ।ଖବର ମୁତାବକ, ମେରଠର ଲୋହିଆ ନଗର ଥାନା ଅଞ୍ଚଳ ହସପିଟାଲର ବୋଲି ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ କରିସ୍ମା ନାମକ ଜଣେ ମହିଳା ଡେଲିଭରୀ ପାଇଁ ଭର୍ତ୍ତି ହୋଇଥିଲେ । ମହିଳା ଜଣକ ଏକ ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କୁ ୱାଡର୍କୁ ସିଫ୍ଟ କରାଯାଉଥିଲା । ମହିଳାଙ୍କ ସହିତ ଦୁଇଜଣ ଷ୍ଟାଫ ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଲିଫ୍ଟରେ ଥିଲେ । ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋର ପାଇଁ ତଳକୁ ଯାଉଥିବା ବେଳେ ହଠାତ୍ ଖସିପଡିଥିଲା ।ଲିଫ୍ଟ ଖସିବା ଯୋଗୁଁ ମହିଳା ଜଣକ ୪୫ ମିନିଟ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସିଥିଲେ । ତାଙ୍କୁ ସେଠାରୁ କଢାଯାଇ ଅନ୍ୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ମହିଳାଙ୍କ ପରିବାର ରାଗିଯାଇ ହସପିଟାଲରେ ଭଙ୍ଗାରୁଜା କରିଥିଲେ ।ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ପରେ ମହିଳାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଘଟଣା ପରେ ହସପିଟାଲର ଷ୍ଟାଫ ନର୍ସିଂ ହୋମ ଛାଡି ଫେରାର ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *