ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ, କୃଷି, ଜୀବନ ଜୀବିକା, ରାସ୍ତା, ସ୍ୱାସ୍ଥ୍ୟ ଉପରେ ଫୋକସ୍‌

ଭଦ୍ରକ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ଯୋଜନା ଓ ପରିଚାଳନା ୟୁନିଟ୍‌ର ଯୁଗ୍ମ ନିର୍ଦ୍ଦେଶକ ମହେଶ ସ୍ୱାଇଁ, ସି.ଡ଼ି.ଏମ୍‌.ଓ. ଡା. ସନ୍ତୋଷ କୁମାର ପାତ୍ର, ବନ୍ତ ପ ।ୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଏପିଡ଼ି ଏମ୍‌.ଆଇ.ଏସ୍‌. ପ୍ରହ୍ଲାଦ ରଣା ପ୍ରମୁଖ ଯୋଗ ଦେଇଥିଲେ ।  ବ୍ଲକ୍ ସର୍କୁଲାର-୪୭ ର କାର୍ଯ୍ୟାନ୍ୱୟନ ନେଇ ଜନପ୍ରତିନିଧି ମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ଉ ର ଦାୟୀତ୍ୱ ସମ୍ବନ୍ଧରେ ସଚେତନତା ମୂଳକ ଆଲୋଚନାରୁ ସଭାପତିଙ୍କ ଦ୍ୱାରା ଏହି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯ଟି ବିଭାଗ ଦ୍ୱାରା ଉକ୍ତ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା, ପ୍ରଗତି, ସଫଳତା ଓ ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । କୃଷି, ଉଦ୍ୟାନକୃଷି, ପ୍ରାଣୀସମ୍ପଦ, ଜଙ୍ଗଲ ଓ ପରିବେଶ,  ଜଳସେଚନ, ରାସ୍ତାଘାଟ, ଡ଼୍ରେନ, ମିଶନ୍ ଶକ୍ତି, ରେସନ୍ କାର୍ଡ଼, ଭ ।, ପାନୀୟଜଳ ଯୋଗାଣ, ଶିଳ୍ପ ଆଦି ସମ୍ବନ୍ଧରେ ସମୀକ୍ଷା  କରାଯାଇ ଆବଶ୍ୟକ ମତେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ନିକଟ ଅତୀତରେ ବନ୍ତ ବ୍ଲକ୍‌ର ରାଜସ୍ୱ ଗ୍ରାମ ଆପଣ୍ଡା ଓ କେଉଁଝର ର ଓରାଳି ମଧ୍ୟରେ ସୀମାବିବାଦକୁ ନେଇ ଘଟିଥିବା ଘଟଣା ସମ୍ବନ୍ଧରେ ଆଲୋଚନା କରାଯାଇ ଆପଣ୍ଡାରେ ପୋଲିସ୍ ବିଭାଗ ତରଫରୁ ଗୋଟିଏ ଆଉଟ୍‌ପୋଷ୍ଟ ବା ଅତିକମ୍‌ରେ ଗୋଟିଏ ବିଟ୍ ହାଉସ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସୀମା ବିବାଦ ପରିପ୍ରେକ୍ଷୀରେ ମୂଳ ରାଜସ୍ୱ ଗ୍ରାମ ଅଳଉତିରୁ ଗଠିତ ହୋଇଥିବା ନୂଆ ରାଜସ୍ୱ ଗ୍ରାମ ଡ଼ିହସାହି ମଧ୍ୟରେ ଥିବା ସୀମା ବିବାଦକୁ ଆପୋଷ ଆଲୋଚନା ମତେ ସମାଧାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇ ଘରୋଇ ସ୍କୁଲରୁ ପିଲାଙ୍କ ପ୍ରତ୍ୟାବ ର୍ନ ଓ ଆଗାମୀ ଦିନରେ ସରକାରୀ ସ୍କୁଲରେ ଅଧିକାଂଶ ପିଲାଙ୍କ ଅଧ୍ୟୟନ ସମ୍ଭାବନା ଦେଖାଦେଇଥିବାରୁ ପିଲା ସଂଖ୍ୟା କମ୍ ଯୋଗୁଁ ବନ୍ଦ ହୋଇଯାଇଥିବା ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବା ପାଇଁ ପ୍ରସ୍ତାବ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ନିର୍ବାଚନ ମଣ୍ଡଳୀର ୭ଟି ସ୍କୁଲ ପୁନଃ ଖୋଲାଯିବା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ଜଣିକିଆ ଶିକ୍ଷକଥିବା ସ୍କୁଲ ପ୍ରତି ଧ୍ୟାନ ଦିଆଯାଇ ଅତିକମ୍‌ରେ ୨ ଜଣ ଶିକ୍ଷକ ଦିଆଯାଉ ବୋଲି ଆଲୋଚନା କରାଯାଇଥିଲା । ବନ୍ତ ଡାକ୍ତରଖାନାକୁ ତୁରନ୍ତ ଡାକ୍ତର ପ୍ରେରଣ ପାଇଁ ସି.ଡ଼ି.ଏମ୍ ଓଙ୍କୁ କୁହାଯାଇଥିଲା । କୃଷକ ମାନଙ୍କ ଆୟ ଦୁଇଗଣ କରାଯିବା ଆଭିମୁଖ୍ୟ ପୂରଣ ପାଇଁ ଅଣଧାନ କୃଷି ଯୋଜନାରେ ମୁଗ, ସୂର୍ଯ୍ୟମୁଖୀ ଓ ସମନ୍ୱିତ କୃଷି ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମଧ୍ୟ ପ୍ରଚଳିତ ବିଭିନ୍ନ ଯୋଜନା ଜରିଆରେ କିପରି ଚାଷୀମାନଙ୍କର ରୋଜଗାର ବଢ଼ାଇବା ଦିଗରେ ପଦକ୍ଷେପ ନିଆଯାଇଛି ପ୍ରକାଶ କରାଯାଇଥିଲା । ଡ଼୍ରେନ ଉପରେ ଜବରଦଖଲ ଓ ନିର୍ମାଣ ଜନିତ ଅବରୋଧକୁ ଉଚ୍ଛେଦ କରାଯିବା ସହିତ ସରମରା, କାଦବରାଙ୍ଗ, ବସନ୍ତିଆ ଭଳି ଜାଗାରେ ରାସ୍ତାରେ ବର୍ଷାଦିନେ ଜମୁଥିବା ପାଣି ନିଷ୍କାସନ ପାଇଁ ଡ଼୍ରେନ ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା । ୨୦୨୩ ସୁଦ୍ଧା ସହରା ଳ ଓ ୨୦୨୪ ସୁଦ୍ଧା ଗ୍ରାମା ଳରେ ପ୍ରତି ଘରେ ପାଇପପାଣି ପହ ।ଇବା ନେଇ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀତା ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନେଇ ଉଠା ଜଳସେଚନ, କାଡ଼ାନାଳ ଦ୍ୱାରା ଜଳସେଚନ, ନଦୀଦ୍ୱାରା ଜଳସେଚନ ସମ୍ବନ୍ଧରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଓ ସମସ୍ୟା ଆଧାରରେ ଆଲୋଚନା କରାଯାଇଥିଲା । ମିଶନ୍ ଶକ୍ତି ଯୋଜନାରେ ମହିଳା ଗୋଷ୍ଠୀମାନଙ୍କ ସଶକ୍ତି କରଣ ପାଇଁ ଆର୍ଥିକ ସହାୟତା ଓ ଜୀବନ ଜୀବିକା ନେଇ ବିଭିନ୍ନ କ୍ଷେତ୍ରରେ ସଫଳତା ସମ୍ବନ୍ଧରେ ବିଷଦ ଆଲୋକପାତ କରାଯାଇଥିଲା । ଶିଳ୍ପର ବିକାଶ ପାଇଁ ଅଦ୍ୟାବଧି ନିଆଯାଇଥିବା ଓ ଆଗକୁ ନେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଆଗରପଡ଼ାରେ ହାତୀ ସମସ୍ୟା ଓ ତଦ୍‌ଜନିତ କ୍ଷତିପୂରଣ ପ୍ରଦାନ ନେଇ ସରକାରୀ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବା ସହିତ ରାସ୍ତା ତିଆରି ବେଳେ ବହୁ ସଂଖ୍ୟାରେ ବଡ଼ ବଡ଼ ଗଛ ନଷ୍ଟ ହେଉଥିବାରୁ ଆଗାମୀ ଦିନରେ ସେ ସମସ୍ୟାକୁ ଦୂର କରିବା ପାଇଁ ଏବେ ର ନୂତନ ରାସ୍ତା ର ଯଥା ସମ୍ଭବ ଦୂରରେ ବୃକ୍ଷରୋପଣ କରାଯିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *