କେନ୍ଦ୍ରକୁ ୭ଦିନର ମହଲତ- ଶୁଣାଣୀ ଶେଷ ହେବା ଯାଏଁ ୱାକଫ ବୋର୍ଡରେ ନିଯୁକ୍ତି ବନ୍ଦ- ସୁପ୍ରିମକୋର୍ଟ

ପରବର୍ତ୍ତୀ ଆଦେଶ ଯାଏଁ ଓ୍ୱାକଫ ବୋର୍ଡରେ କୌଣସି ନୂଆ ନିଯୁକ୍ତି ହେବନି। ସୁପ୍ରିମକୋର୍ଟ ସରକାରଙ୍କୁ ସପ୍ତାହକର ମହଲତ ଦେଇଛନ୍ତି। ୱାକଫ ସଂଶୋଧନ ଅଧିନିୟମ, ୨୦୨୫ର ସାମ୍ୱିଧାନିକ ବୈଧତା ବିରୁଦ୍ଧରେ ଦାଏର ଆବେଦନ ଉପରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ୭ଦିନ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଆଉ ଏହାରି ଭିତରେ କେନ୍ଦ୍ରୀୟ ଓ୍ୱାକଫ ପରିଷଦ ଓ ବୋର୍ଡରେ କୌଣସି ନିଯୁକ୍ତି ହେବନି। ସିଜେଆଇ କହିଛନ୍ତି, ଯଦି କୌଣସି ଓ୍ୱାକଫ ସମ୍ପତ୍ତିର ପଞ୍ଜୀକରଣ ୧୯୯୫ ଅଧିନିୟମ ବଳରେ ହୋଇଥିବ, ସେ ସବୁ ସମ୍ପତ୍ତିକୁ ଏପଟସେପଟ କରିହେବନି। ଏ କଥା ବି କହିଛନ୍ତି, ଏତେ ସବୁ ଆବେଦନ ଉପରେ ବିଚାର କରିବା ଅସମ୍ଭବ। କେବଳ ୫ଟି ରିଟ୍ ପିଟିସନର ଶୁଣାଣୀ ହେବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଆଶ୍ୱାସନା ଦେଇଛନ୍ତି ଯେ, ଆସନ୍ତା ଶୁଣାଣୀ ପର୍ଯ୍ୟନ୍ତ ଓ୍ୱାକଫ ବାଏ ଡିଡ୍ ଓ ଓ୍ୱାକଫ ବାଏ ୟୁଜରକୁ ଅସାମ୍ୱିଧାନିକ କରିବେନି। କେନ୍ଦ୍ରର ଜବାବ ନ ଆସିଲା ପର୍ଯ୍ୟନ୍ତ ଓ୍ୱାକଫ ସମ୍ପତ୍ତିର ସ୍ଥିତି ବଦଳିବନି। ମେ ୫ରେ ପରବର୍ତ୍ତୀ ଶୁଣାଣୀ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *