ପତ୍ନୀର ବିବାହ କରାଇଲେ ସ୍ୱାମୀ। ୨ ବର୍ଷ ତଳର ବିବାହକୁ ଗୌଣ କରି ପ୍ରେମିକ ସହ ନୂଆ ଜୀବନ ଆରମ୍ଭ କରିବାକୁ ଭାବିଥିଲେ ଯୁବତୀ। ଅବଶ୍ୟ ଏଥିରେ କଣ୍ଟା ସାଜିଲେନି ସ୍ୱାମୀ। ଫରୁକାବାଦର ପପୁ ଓ ଗୁଡ଼ିଙ୍କ କଥା ଏବେ ସବୁଠି ଚର୍ଚ୍ଚା। ପପୁ ଓ ଗୁଡ଼ିଙ୍କ ଦାମ୍ପତ୍ୟ ଜୀବନ ୨ ବର୍ଷ ହେଲା ଠିକ୍ ଠାକ୍ ଚାଲିଥିଲା। କିନ୍ତୁ ଏଥିରେ ଏଣ୍ଟ୍ରି ମାରିଥିଲେ ଆଉ ଜଣେ। ଏ ତ୍ରିକୋଣୀୟ ପ୍ରେମକୁ ନେଇ କୌଣସି ଅଘଟଣ ନ ହେଉ। ଏ ଆଶଙ୍କାରେ ପତ୍ନୀଙ୍କ ସହ ପ୍ରେମିକଙ୍କୁ ବିବାହ ଲାଗି ସମ୍ମତି ଦେଇଥିଲେ ପପୁ। କୋର୍ଟରେ ପରସ୍ପରକୁ ବରଣମାଳା ପିନ୍ଧାଇ ପ୍ରେମିକ ସହ ନୂଆ ଇନିଂସ ଆରମ୍ଭ କରିଛନ୍ତି ଗୁଡୁ। କିନ୍ତୁ ପପୁଙ୍କ ପାଖରେ ଆଉ କୌଣସି ଚାରା ନଥିଲା। ଯେତେବେଳେ ଦୁଇ ମନ ମିଶିସାରିଥିଲା, ସେଠାରେ ଅଯଥା କଣ୍ଟା ହୋଇ ଛିଡ଼ାହେଲେ କାହାର ବି କୌଣସି ମଙ୍ଗଳ ହେବନି ଭାବି ଏତେ ବଡ଼ ସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି ପପୁ। ଏମିତିରେ ପତ୍ନୀ ବି ନିଜସ୍ୱ ନିଷ୍ପତ୍ତି ନେଇପାରିବେ ବୋଲି ଜାଣିଛନ୍ତି ବି ପପୁ। ନା ଝଗଡ଼ା ନା କୌଣସି ମାମଲା। ସବୁ କିଛି ସହମତି ଓ ଆପୋଷ ବୁଝାମଣାରେ ଘଟିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now