ଶ୍ୱଶୁର ସହ ପତ୍ନୀ ଫେରାର୍- ଖୋଜିଦେଲେ ମିଳିବ ୨୦ହଜାର

ଶ୍ୱଶୁର ସହ ପତ୍ନୀ ଫେରାର୍। ୟୁପିର ଇତାଓ୍ୱାହରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଦାଦା ଶ୍ୱଶୁରଙ୍କ ସହ ନିଜ ଦୁଇ ଝିଅଙ୍କୁ ନେଇ ଫେରାର୍ ହୋଇଯାଇଛି ପତ୍ନୀ। ନିଖୋଜ ପତ୍ନୀ ଓ ଦୁଇ ପିଲାଙ୍କୁ ଖୋଜିବାକୁ ୨୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରିଛନ୍ତି ସ୍ୱାମୀ ଜିତେନ୍ଦ୍ର। ପତ୍ନୀ କୋମଲ ଦେବୀ ନିଜ ଦୁଇ ପିଲାଙ୍କ ସହ ଦାଦା ଶ୍ୱଶୁର ନନ୍ଦରାମଙ୍କ ସହ ପ୍ରାୟ ଦେଢ଼ ମାସ ହେଲା ଫେରାର୍ ହୋଇଗଲେଣି। ଜିତେନ୍ଦ୍ର ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯାନୁଷ୍ଠାନ ହେଲାନି। ଏଥିରେ ନିରାଶ ହୋଇ ନିଜ ପତ୍ନୀ ଓ ପିଲାଙ୍କୁ ଖୋଜିକି ଆଣିଦେଲେ ୨୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ଜିତେନ୍ଦ୍ର। ପୁଲିସ ବି ମାମଲା ରୁଜୁ କରି ଏମାନଙ୍କ ସନ୍ଧାନ ଜାରି ରଖିଛି। ଜିତେନ୍ଦ୍ର ଓ କୋମଲଙ୍କ ତିନୋଟି ପିଲା ଅଛନ୍ତି। କୋମଲ ନିଜ ସହ ଦୁଇଟି ଝିଅ ନେଇକି ଯାଇଥିଲା ବେଳେ ନିଜ ପୁଅକୁ ଛାଡ଼ିକି ଯାଇଛନ୍ତି। ଏହାକୁ ନେଇ ପୁରା ପରିବାର ସ୍ତବ୍ଧ ହୋଇଯାଇଛି। ଜିତେନ୍ଦ୍ର ଏ କଥା ବି ଆରୋପ ଲଦିଛନ୍ତି ଯେ, କୋମଲ ଘରର ଗହଣା ନେଇ ସାଙ୍ଗରେ ପଳାଇଛନ୍ତି। ୨୦୧୪ରେ ବିବାହ ବନ୍ଧନରେ ବାନ୍ଧିଥିଲେ ଉଭୟ ଜିତେନ୍ଦ୍ର ଓ କୋମଲ।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *