ପଦରୁ ଇସ୍ତଫା ଦେଲେ ମହିଳା ବିଚାରପତି- ପଦୋନ୍ନତି ପାଇଥିବା ସିନିଅରଙ୍କ ବିରୁଦ୍ଧରେ ଆଣିଥିଲେ ନିର୍ଯାତନା ଅଭିଯୋଗ

ମଧ୍ୟପ୍ରଦେଶ ମହିଳା ବିଚାରପତି ଇସ୍ତଫା ଦେଲେ। ନିର୍ଯାତନାକାରୀକୁ ପଦୋନ୍ନତି ବିରୁଦ୍ଧରେ ପଦ ଛାଡିଲେ। ଜୁଡିସିଆଲ ଅଫିସରଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗ କରି ପଦରୁ ଇସ୍ତଫା ଦେଲେ। ହାଇକୋର୍ଟକୁ ପଦୋନ୍ନତି ପାଇଥିବା ଜଣେ ଜୁଡିସିଆଲ ଅଫିସରଙ୍କ ଦ୍ୱାରା ନିର୍ଯାତନାର ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି। ଯାହାଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ବିଜ୍ଞପ୍ତି ସୋମବାର ବାହାର କରିଥିଲା କେନ୍ଦ୍ର। ଜୁଡିସିଆଲ ଅଫିସର ଆଦିତି ଗଜେନ୍ଦ୍ର ଶର୍ମା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ସେ ପ୍ରତାରଣାର ସ୍ୱୀକାର ହୋଇଛନ୍ତି। କୌଣସି ଅପରାଧୀ କି ଅଭିଯୁକ୍ତ ଦ୍ୱାରା ନୁହେଁ। ବରଂ ଯେଉଁଠି ସେବା ଦେବାକୁ ନିଯୁକ୍ତି ପାଇଛି। ସେଠାରେ ପ୍ରତିଟି ବ୍ୟବସ୍ଥା ତାଙ୍କୁ ନିର୍ଯାତନା ଦେଇଛି। ସେ ଜଣେ ମହିଳା ବିଚାରପତି ଭାବେ ଜଣେ ବରିଷ୍ଠ ବିଚାରପତିଙ୍କ ବିରୁଦ୍ଧରେ କହିବାକୁ ସାହସ କରିଥିବାରୁ ଏହାର ପରିଣତି ଭୋଗୁଛନ୍ତି। ନ୍ୟାୟ ପାଇବାକୁ ସେ ରେଜିଷ୍ଟ୍ରାର ଜେନେରାଲ, ହାଇକୋର୍ଟ ମୁଖ୍ୟ ବିଚାରପତି, ସୁପ୍ରିମକୋର୍ଟ ଓ ମହାମହିମ ରାଷ୍ଟ୍ରପତିଙ୍କୁ ଲେଖିଲେ। ତଥାପି ସବୁ ନୀରବ। ସାଧାରଣ ନ୍ୟାୟ ବ୍ୟବସ୍ଥାର କଥା କହୁଥିବା ନ୍ୟାୟାଳୟ ନିଜ ଘରେ ନ୍ୟାୟ ଦେଇପାରୁନି। ଏହି ସଂସ୍ଥା ସମାନତାର ପାଠ ପଢ଼ାଉଛି। କିନ୍ତୁ କ୍ଷମତା ଆଗରେ ସମାନତା ଏଠାରେ ବଳି ପଡ଼ିଯାଇଛି। ଯିଏ ତାଙ୍କୁ ନିର୍ଯାତନା ଦେଲେ, ସେ ବରଂ ପୁରଷ୍କୃତ ହେଲେ। ତାଙ୍କ ନାଁ ସୁପାରିଶ କରାଗଲା ଓ ତାଙ୍କୁ ପଦୋନ୍ନତି ମିଳିଲା। କିନ୍ତୁ ପୀଡିତା ହିସାବରେ ତାଙ୍କ କଷ୍ଟ କାହାକୁ ଦେଖାଗଲାନି। ସେ ଯେଉଁ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ। ତାହା ହାଲୁକା ନଥିଲା କି ମିଛ ନଥିଲା। ଡକ୍ୟୁମେଣ୍ଟଭିତ୍ତିକ ତଥ୍ୟ ସହ କରିଥିଲେ। ଏଭଳି ସାହସ ଦେଖାଇଥିବା ମହିଳା ବିଚାରପତିଙ୍କୁ ପାଲଟା କ୍ଷତି ସହିବାକୁ ପଡ଼ିଲା। ନା କୌଣସି ତଦନ୍ତ ହେଲା ନା କୌଣସି ନୋଟିସ୍। ନା କୌଣସି ଶୁଣାଣୀ ନା ଉତ୍ତରଦାୟିତ୍ୱ। ତାଙ୍କ ପ୍ରତି ନ୍ୟାୟ ନାଁରେ କୃର ପରିହାସ କରାଗଲା। ସେ ଇସ୍ତଫା ଦେଉଛନ୍ତି। କୌଣସି ମେଡାଲ ତ ନେଇକି ଯାଉନାହାନ୍ତି। କିନ୍ତୁ କଟୁ ସତ ନେଇକି ସାଙ୍ଗରେ ଯାଉଛନ୍ତି। ଆଉ ସେ କଟୁ ସତ ହେଲା କି, ନ୍ୟାୟାଳୟ କେବଳ ତାଙ୍କୁ ହରାଇନି। ବରଂ ନିଜକୁ ହରାଇଦେଲା। ଚଳିତ ବର୍ଷ ସୁପ୍ରିମକୋର୍ଟ ସଂପୃକ୍ତ ମହିଳା ବିଚାରପତିଙ୍କୁ ଚାକିରୀରୁ ବରଖାସ୍ତ ଆଦେଶକୁ ରଦ୍ଦ କରିଦେଇଥିଲେ। ମଧ୍ୟପ୍ରଦେଶର ଆଉ ଜଣେ ଅଧିକାରୀଙ୍କ ବି ବରଖାସ୍ତ ଆଦେଶକୁ ଖାରଜ କରିଦେଇଥିଲେ। ଏଭଳି ଆକ୍ସନକୁ ସ୍ୱେଛାଚାରିତା ଓ ବେଆଇନ ବୋଲି ଦର୍ଶାଇଥିଲେ ସୁପ୍ରିମକୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *