ମଦର ଡାଏରୀର ଅହେତୁକ ମୂଲ୍ୟ। ଲିଟର ପିଛା ୨ଟଙ୍କା ବୃଦ୍ଧି

ବଢିଲା କ୍ଷୀର ଦର
Spread the love

()ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବଢିଛି । ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ସାଧାରଣ ନିର୍ବାଚନର ଠିକ୍ ପରେ ଏହି ଦର ବୃଦ୍ଧି କରାଯାଇଛି ।

ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି । ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀରର ମୂଲ୍ୟ ଏବେ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି । ସେହିଭଳି ଟୋଣ୍ଡ ତଥା ଡବଲ ଟୋଣ୍ଡ କ୍ଷୀରର ମୂଲ୍ୟ ଯଥାକ୍ରମେ ୫୬ ଓ ୫୦ ଟଙ୍କାରେ ପହଞ୍ଚିଛି । ଶେଷଥର ପାଇଁ ଫେବ୍ରୁଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।

Leave a Reply

Your email address will not be published. Required fields are marked *