ପ୍ରକାଶ ପାଇଲା ଓଜେଇ ରେଜଲ୍ଟ

Spread the love

ଓଡିଶା ମିଳିତ ପ୍ରବାଶିକା ପରୀକ୍ଷା ୨୦୨୪ ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଓଜେଇ ୱେବସାଇଟ ojee.nic.in ରୁ ନିଜେ ନିଜର ରେଜଲ୍ଟ ଦେଖିପାରିବେ । ସମସ୍ତେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ ।

ଚଳିତ ବର୍ଷ ମୋଟ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ  ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୬ ହଜାର ୪୭ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଏଥିରୁ ୫୬ ହଜାର ପରୀକ୍ଷାର୍ଥୀଙ୍କୁ  ନିଜ ନିଜର ପ୍ରଦର୍ଶନ ଅନୁଯାୟୀ  ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନରେ ଥିବା ପରୀକ୍ଷାର୍ଥୀ ଓଜେଇଇ କାଉନସେଲିଂରେ ଅଂଶ ଗ୍ରହଣ କରିପାରିବେ ।

Leave a Reply

Your email address will not be published. Required fields are marked *