ପ୍ରେମିକ ପାଇଁ ପାଗଳ- ପରିବାରକୁ ମୂଳପୋଛ କରିବାକୁ ପଣ: ଖାଇବାରେ ମିଶାଉଥିଲେ ନିଦ ବଟିକା

ପରକୀୟାପ୍ରୀତି ପାଇଁ ପୁରା ପରିବାରକୁ ମୂଳପୋଛ କରିବାକୁ ପଣ କରିଥିଲା ମହିଳା। ସ୍ୱାମୀ, ଦୁଇ ପିଲା ଓ ଶାଶୁ ଶ୍ୱଶୁରଙ୍କୁ ମାରିବାକୁ କରିଥିଲା ଷଡ଼ଯନ୍ତ୍ର। ଖାଦ୍ୟରେ ବିଷ ମିଶାଇବା ସହ ସ୍ଲିପିଂ ପିଲ୍ ମିଶାଇଥିଲା। ମହିଳାଙ୍କ ନାଁ ଚଇତ୍ରା। କର୍ଣ୍ଣାଟକର ହାସନରୁ ଆସିଛି ଏଭଳି ବଚଳିତ କଲା ଭଳି ଘଟଣା। ତେବେ ଚଇତ୍ରାର ଏଭଳି କାରନାମାକୁ ଧରିବାରେ ସଫଳ ହୋଇଛି ପୁଲିସ। ଚଇତ୍ରାକୁ ଗିରଫ କରାଯାଇଛି। ତା ପ୍ରେମିକ ଶିବୁକୁ ଧରିବାକୁ ଏକ ଟିମ୍ ଗଠନ ହୋଇଛି। ତେବେ କେମିତି ଧରାପଡ଼ିଲା ଚଇତ୍ରା। ଭୁଲରେ ଚଇତ୍ରାଙ୍କ ସ୍ୱାମୀ ତାଙ୍କ ବ୍ୟାଗରେ ଥିବା ମୋବାଇଲ ଚେକ୍ କରିବାରୁ ପୁରା କାରସାଦି ପଦାରେ ପଡ଼ିଥିଲା। ନିଜ ସ୍ୱାମୀ, ୮ ଓ ୧୦ ବର୍ଷର ଦୁଇ ପିଲା ଓ ଶାଶୁ ଶ୍ୱଶୁରଙ୍କୁ ବିଷ ଦେଇ ମାରିବାକୁ କରୁଥିଲା ଯୋଜନା। ଖାଇବାରେ ବିଷ ମିଶାଇଥିଲା ଚଇତ୍ରା। ଚଇତ୍ରାଙ୍କ ସହ ଗଜେନ୍ଦ୍ରଙ୍କ ବିବାହ ୧୧ ବର୍ଷ ତଳେ ହୋଇଥିଲା। ୩ ବର୍ଷ ପୂର୍ବରୁ ପୁନିତ ନାମକ ଏକ ଯୁବକ ସହ ଚଇତ୍ରାଙ୍କ ପ୍ରେମସମ୍ପର୍କକୁ ନେଇ ସ୍ୱାମୀ ସ୍ତ୍ରୀ ଭିିତରେ ମତଭେଦ ଆରମ୍ଭ ହୋଇଥିଲା। ଯେବେ ଗଜେନ୍ଦ୍ରଙ୍କୁ ଏ ବିଷୟ ଜଣାପଡ଼ିଥିଲା। ଦୁଇ ପରିବାର ଏଥିରେ ହସ୍ତକ୍ଷେପ କରି ବିବାଦ ତୁଟାଇଥିଲେ। ଆଉ ଦୁହେଁ ଏକାଠି ରହିବାକୁ ରାଜି ହୋଇଥିଲେ। ଏହା ପରେ ଚଇତ୍ରାର ଶିବୁ ନାମକ ଆଉ ଜଣେ ଯୁବକ ସହ ସମ୍ପର୍କ ବଢ଼ିଥିଲା। ଯିିଏ ତାଙ୍କ ପଡ଼ୋଶୀରେ ରହୁଥିଲା। ଗଜେନ୍ଦ୍ର ଏ ବାବଦରେ ଚଇତ୍ରାଙ୍କ ବାପା ମାଆଙ୍କୁ ଜଣାଇଥିଲେ। ଗଲା ବର୍ଷ ଏହାକୁ ନେଇ ଗଜେନ୍ଦ୍ର ଓ ଚଇତ୍ରା ଭିତରେ ଝଗଡ଼ା ହୋଇଥିଲା। ଗଜେନ୍ଦ୍ର ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ଚଇତ୍ରା ଓ ଗଜେନ୍ଦ୍ର କିଛି ଦିନ ଜେଲରେ ବି ରହିଥିଲେ। ଏହା ପରେ ଚଇତ୍ରା ପ୍ରେମିକ ସହ ରହିବାକୁ ପୁରା ପରିବାରକୁ ଟାର୍ଗେଟ କରିଥିଲା ବୋଲି ଅଭିଯୋଗ କରିଛନ୍ତି ଗଜେନ୍ଦ୍ର। ପରିବାରର ଭୋଜନରେ ସମସ୍ତଙ୍କ ଲାଗି ଅଲଗା ଅଲଗା ବଟିକା ମିଶାଉଥିଲା। ଯେମିତିକି କାହାକୁ ଜଣାପଡ଼ିବନି। ଶିବୁ ଏ ସବୁର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ଚଇତ୍ରା ବ୍ୟାଗରୁ ଏଭଳି ବଟିକା ଦେଖି ଗଜେନ୍ଦ୍ର ଡାକ୍ତରଙ୍କ ପାଖକୁ ନେଇ ଦେଖାଇଥିଲା। ଆଉ ଡାକ୍ତର କହିଥିଲେ ଏ ସବୁ ନିଦର ବଟିକା। ଆଉ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ କେହି ଏହାକୁ ଦେବେନି ବୋଲି କହିଥିଲେ। ଗଲା ୨ ମାସ ଧରି ସକାଳୁ ସନ୍ଧ୍ୟା ଚଇତ୍ରା ଖାଇବାରେ ଏହାକୁ ମିଶାଇ ଦେଉଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *