କଟକ: ବନ୍ୟା ବିପନ୍ନଙ୍କୁ ମିଳିପାରିଲା ନାହିଁ ରିଲିଫ। ଯାହାକୁ ନେଇ ଉତ୍ୟକ୍ତ ବନ୍ୟା ବିପନ୍ନ। ଏନେଇ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବନ୍ୟା ବିପନ୍ନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଗୋପାଳପୁର ପଂଚାୟତରେ। ସୂଚନା ଅନୁଯାୟୀ, ବନ୍ୟାକୁ ୧୨ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ୯ ନମ୍ବର ୱାର୍ଡର ବନ୍ୟା ବିପନ୍ନଙ୍କୁ ଦିଆଯାଇ ନାହିଁ ରନ୍ଧା କୀ ଶୁଖିଲା ଖାଦ୍ୟ। ଯାହାକୁ ବିରୋଧ କରି ଉତ୍ୟକ୍ତ ୱାର୍ଡ ବାସିନ୍ଦା ଗ୍ରାମ ପଂଚାୟତରେ ମୁଖ୍ୟ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକାଇଛନ୍ତି ଗ୍ରାମବାସୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now