ଅନ୍ତର୍ଜାତୀୟ ବନ୍ଧୁତା ଦିବସ: ବନ୍ଧୁଙ୍କ ପାଇଁ ଦିନଟିଏ

ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ। ବନ୍ଧୁଙ୍କ ପାଇଁ ଦିନଟିଏ। ପ୍ରତ୍ୟେକଙ୍କ ଜୀବନରେ ବନ୍ଧୁଙ୍କ ଭୂମିକାର ବିଷେଶ ଭୂମିକା ରହିଛି। ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ। ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ। କୁହାଯାଏ ଜଣେ ଭଲ ବନ୍ଧୁଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ। ଏହି ପବିତ୍ର ବନ୍ଧନ ଆଜି କି କାଲିର ନୁହେଁ ଏହା ବହୁ ପୁରାତନ କାଳରୁ ଚାଲି ଆସିଛି। ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ। ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ। ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ । ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ । ବନ୍ଧୁ ତ ଅନେକ ଥାନ୍ତି କିନ୍ତୁ ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ । ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ୱାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି। ଆଜିର ଏହି ଦିନରେ ବିଶ୍ୱ ବନ୍ଧୁତା ଅର୍ଥରେ ସମସ୍ତଙ୍କୁ ଶୁଭେଚ୍ଛା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *